/odishatv-khabar/media/post_attachments/uploadimage/library/16_9/16_9_0/s_1700623115.jpg)
Special darshan facility for devotees in puri srimandir
ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ସେଡ୍ । ନୂଆ ଲାଇନ୍ ହେବ, ପାଣିର ବ୍ୟବସ୍ଥା ମଧ୍ୟ ରହିବ । ଶ୍ରୀମନ୍ଦିରରେ ଦର୍ଶନ ଯନ୍ତ୍ରଣା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି ।
ନୀତି ତ୍ୱରାନ୍ୱିତ ପାଇଁ ବ୍ୟବସ୍ଥା କରାଯିବ । ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ଦର୍ଶନ ପାଇଁ ଆସୁଥିବା ସବୁ ଭକ୍ତଙ୍କ ପ୍ରତି ପ୍ରଶାସନର ସମବେଦନା ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ସେହିପରି ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍ ବଢ଼ାଯିବ । ସେଥିପାଇଁ ମରିଚକୋଟ ଛକ ଯାଏ ଉଠା ଦୋକାନ ଓ ମାର୍କେଟ ଛକରୁ ଗାଡ଼ି ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।
ବରିଷ୍ଠ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ନେଇ ଶୃଙ୍ଗଳିତ ଦର୍ଶନ କରାଇ ଆଣିବେ । ବଡ଼ଦାଣ୍ଡର ଦୁଇ କଡ଼ରେ ଅସ୍ଥାୟୀ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।
ଗତ କିଛି ଦିନ ଧରି ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସି ଭକ୍ତ ହଇରାଣ ହୋଇଥିବା ଖବର ଓଟିଭିରେ ପ୍ରସାରଣ ହୋଇଥିଲା । ଅନେକ ସଂଖ୍ୟାରେ ବୟସ୍କ ଭକ୍ତ ବ୍ୟାରିକେଡ୍ ଭିଡ଼ ଭିତରେ ନାକେଦମ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)