• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଯୋଗୁଁ ୨୦ଜଣରୁ ଅଧିକ ଆହତ ହୋଇଛନ୍ତି । ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଅଘଟଣ ଘଟିଛି । ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୨୦ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।

କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟା ହବିଷ୍ୟାଳୀ ଆଜି ଶ୍ରୀମନ୍ଦିରକୁ ଆସିଥିଲେ । ଏହି ସମୟରେ ଠେଲାପେଲା ହୋଇଛି । ଏଥିରେ ୨୦ରୁ ଅଧିକ ହବିଷ୍ୟାଳୀ ଆହତ ହୋଇଛନ୍ତି । ଆହତଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।

ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବଷ୍ୟାଳୀଙ୍କୁ ଏକକାଳୀନ ଶ୍ରୀମନ୍ଦିରକୁ ଛଡ଼ା ଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିଲା ।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନେ ଚିକିତ୍ସା ହେବା ପରେ ଫେରିଥିବା ସୂଚନା ମିଳିଛି ।

ତେବେ ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ହବିଷ୍ୟାଳୀଙ୍କ ଭିଡ଼ ଶ୍ରୀମନ୍ଦିରରେ ଲାଗି ରହୁଛି । ସକାଳୁ ସଂଧ୍ୟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଟିକିଏ ଦର୍ଶନ ପାଇଁ ଭକ୍ତମାନେ ଭିଡ ଜମାଉଛନ୍ତି ।

  • Reported by:
  • MADHUSUDAN MISHRA