/odishatv-khabar/media/post_attachments/uploadimage/library/16_9/16_9_0/s_1700559207.jpg)
Puri Srimandir
ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ । ମାର୍କେଟ ଛକରୁ ଗାଡ଼ି ଚଳାଚଳ ବନ୍ଦ ରହିବ । ପୁରୀ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ୱେଚ୍ଛାସେବୀ ମୁତୟନ ହେବେ । ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି ।
ପ୍ରତି ସେଡ୍ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପଞ୍ଚୁକରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ, ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ ଜଗା ଦର୍ଶନ ବିଳମ୍ବ ହେଉଛି ।
ଲୋକଙ୍କ ସୁରକ୍ଷିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । କୁନି କୁନି ପିଲାଙ୍କ ସହିତ ବୃଦ୍ଧବୃଦ୍ଧା ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି । କାର୍ତ୍ତିକ ମାସରେ ଦୂରଦୂରାନ୍ତରୁ ଭକ୍ତ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି । ହେଲେ ସୁରୁଖୁରୁରେ ଜଗା ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି ଭକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)