ଆଜି କାଳୀୟ ଦଳନ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଛି। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ।
ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହେବ।
ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରା। ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ।
ଗୁମୁଟରେ ପାଣି ପଶିବାରୁ ଓଦା ହୋଇ ଦୁର୍ଗନ୍ଧ ବାହାରିଲାଣି । ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ପଡିଛି ବସ୍ତା ବସ୍ତା ଅର୍ପଣ ଚାଉଳ ।
ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ ।
ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ ଧାରା ୬(୧) ଅନୁସାରେ ପରିଚାଳନା କମିଟି ସଦସ୍ୟଙ୍କ ନାଁ ସୁପାରିଶ ଲାଗି ଏକ ଗାଇଡଲାଇନ୍ ଜାରି କରିଛି ଆଇନ ବିଭାଗ ।
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ହେଲା ଆଲୋଚନା ।
ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହେବ । କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ସେନେଇ ହୋଇପାରେ ନିଷ୍ପତ୍ତି ।
ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।
ମହାପ୍ରଭୁଙ୍କ ବନକଲାଗି। ଏହି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।
ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ ।
ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ ।
ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ।
ସ୍ନେକ୍ ହେଲ୍ପଲାଇନ୍ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍ ଟିମ୍ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ।
ଖୋଲିଲା ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା । ଶୁଭ ସମୟ ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନଭଣ୍ଡାର।
ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ । ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା ।
ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ
ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।
ଖଟଶେଯ ଘରକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମାରୀରୁ ଅଳଙ୍କାର । ମୁଖ୍ୟ ପ୍ରଶାସକ କହିଲେ ସେଠି ପଡ଼ିଛି ୨ଟି ନୂଆ ତାଲା ।
ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶରେ କଣ ରହିବ କଟକଣା । ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।
ପୁଣି କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରଶ୍ନ ଉଠୁଥିଲା। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ବିଚାରବିମର୍ଶ ପରେ ଗୁରୁବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲା।