ପୁରୀ: ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରୁଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟି ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ […]
ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟଳିଗଲା ବଡ଼ ଅଘଟଣ। କାଳିଆର କରୁଣାରୁ ବଞ୍ଚିଗଲା କଅଁଳ ଶିଶୁର ଜୀବନ। ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନା ଜୋତା ଷ୍ଟାଣ୍ଡ ନିକଟରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତିଯାଇଛି ୪ ବର୍ଷୀୟ ନାବାଳିକା। ସମୟ ପ୍ରାୟ ଗୋଟାଏ। ଭବାନୀପାଟଣାରୁ ପରିବାର ସହ ପୁରୀ ଆସିଥିବା ରାମନାରାୟଣ ରଥ ମହାପ୍ରଭୁଙ୍କ ଦର୍ଶନ ସାରି ମୋବାଇଲ ଷ୍ଟାଣ୍ଡ୍ ଯାଇ ମୋବାଇଲ ଆଣୁଥିଲେ। ଠିକ୍ ସେହି ସମୟରେ ଏଇ ବ୍ୟାରିକେଡ ଭିତରେ ଅଜାଣତରେ ମୁଣ୍ଡ ଗଳାଇ […]
ପୁରୀ: ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ଆଜି ପବିତ୍ର ସରସ୍ୱତୀ ପୂଜା ଅବସରରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ସମୁଦାୟ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ ଗ୍ରାମ ରୂପା ଜଣେ ଦାତା ଶ୍ରୀଜିଉଙ୍କୁ ଦାନ କରିଛନ୍ତି। ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଅଳଙ୍କାର, ଝୋବା, ଶ୍ରୀମୁଖ ପଦ୍ମ,ଦେବୀ ସୁଭଦ୍ରାଙ୍କ ତଡକୀ ତିଆରି କରାଯାଇଛି। ଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ, […]
ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି
ପୁରୀ ବଢ଼ିଲା କରୋନା କଟକଣା ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ୭୨ ଘଣ୍ଟା ପୂର୍ବର ଏହି ରିପୋର୍ଟ ଦେଖାଇବାକୁ ପଡ଼ିବ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟ ନେଗେଟିଭ୍ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ୍ ଆଇସୋଲେସନ ପୁରୀ : କରୋନା ସଂକ୍ରମଣ ବୃଦ୍ଧି ପରେ ଜଗନ୍ନାଥ ଧାମ ପୁରୀରେ ନିୟମ କଡ଼ାକଡ଼ି କରାଯାଇଛି । ସଂକ୍ରମଣ ଶୀର୍ଷ ଛୁଇଁଥିଲେ ହେଁ କାଳିଆ ଦର୍ଶନ ପାଇଁ ପ୍ରତିଦିନ ଶହ […]
ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର […]
ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି କାଳିଆ ଠାକୁର। ପ୍ରଥମେ ଗଡିବ ତାଳଧ୍ୱଜ। ତା ପରେ ଦେବ ଦଳନ ଆଉ ପଛରେ ନନ୍ଦିଘୋଷ। ହେଲେ ପଛରେ କାହିଁକି ଆସନ୍ତି କାଳିଆ ଠାକୁର ?
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।