Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଭଟ ଯୁକ୍ତି , ଦର୍ଶନ ପାଇଁ ନଆସନ୍ତୁ ବୟସାଧିକ ଓ ରୋଗାକ୍ରାନ୍ତ ବ୍ୟକ୍ତି

ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କଲେ...ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ...ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ...

author-image
System Administrator
ଅଦ୍ୟତନ ହୋଇଛି
Puri Srimandir Jagannath Darshan

Puri Darshan for Devotees in Puri Srimandir

ଜଗାଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସହ୍ୟ ଯନ୍ତ୍ରଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଭଟ ଯୁକ୍ତି । କହିଲେ, ବୟସାଧିକ ଓ ରୋଗାକ୍ରାନ୍ତ ବ୍ୟକ୍ତି ନଆସି ଯେଉଁଠୁ ବି ଦର୍ଶନ କଲେ ଶୁଣିବେ ମହାପ୍ରଭୁ। ଅନ୍ୟପକ୍ଷରେ ସେବାୟତ କହିଲେ, କାହାକୁ ଆସିବାକୁ ମନା କରାନଯାଉ, ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ବୟସାଧିକ ଭକ୍ତ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନେ ଗହଳି ଭିତରେ ନଆସିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ

ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯିବ। ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଭଳି ଉଦ୍ଭଟ ଯୁକ୍ତି ବାଢୁଛନ୍ତି କିପରି ? ଜଣେ ଭକ୍ତ ଚର୍ମଚକ୍ଷୁରେ ମହାପ୍ରଭୁଙ୍କୁ ଦେଖିବାକୁ ବ୍ୟାକୁଳ ହେଉଥିବା ବେଳେ ମୁଖ୍ୟ ପ୍ରଶାସକ କେମିତି ଏପରି କଥା କହୁଛନ୍ତି ? କାର୍ତ୍ତିକ ମାସରେ ଏବେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ଦର୍ଶନ କରିବାକୁ ଆସି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଉଛନ୍ତି।

Advertisment

ଗତକାଲି ଦୀର୍ଘ ସମୟ ଧାଡ଼ିରେ ରହି କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ ଜଣେ ବୃଦ୍ଧା ୩-୪ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା | ସେପଟେ ଏହି ପ୍ରସଙ୍ଗରେ ବରିଷ୍ଠ ସବାୟତ ବିନାୟକ ଦାସ ମହାପାତ୍ର ଓଟିଭିକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆସିବା ପାଇଁ କାହାକୁ ମନା କରୁନୁ, କିନ୍ତୁ ତାଙ୍କ ପାଇଁ ବ୍ୟବସ୍ଥା ହେବା ଦରକାର ।

Puri
Advertisment
Advertisment