• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri Srimandir

Puri Srimandir
ପୁରୀର ନାମ ପରିବର୍ତ୍ତନ ନେଇ ଉଠିଲା ଦାବି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ।

Puri Locals Can Enter Jagannath Temple Through Western Gate From Today
ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି

ଆଜିଠୁ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ୱାର । ଏବେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶିକା ଅନୁଯାୟୀ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆଉ କଣ କଣ ବ୍ୟବସ୍ଥା ହେଉଚି ପୁରୀବାସାଙ୍କ ପାଇଁ ସେ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମଧୁସୂଦନ ମିଶ୍ର...

puri
ଦୀପାବଳିରେ ଦର୍ଶନ ବନ୍ଦ : ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳିବା ମନା

ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି ।

Bijay Dashami | Puri Srimandir Closed For Devotees Today
ଆଜି ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ବନ୍ଦ ରହିବ ଶ୍ରୀମନ୍ଦିର। କାଲି ବି ଦିନ ୧୨ଟା ପରେ ବନ୍ଦ ରହିବ ଜଗା ଦର୍ଶନ, ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ SOP

Molesting minor girl
ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।

Puri Srimandir
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଉଛି ସୁନିଆଁ ଉତ୍ସବ।

Srimandir
ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।

Darshan At Puri Srimandir Closed For 3 Days
ଆଜିଠାରୁ ୩ ଦିନ ଶ୍ରୀମନ୍ଦିର ବନ୍ଦ

ଆଜିଠାରୁ ତିନି ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ I ଆଜି ଗଣେଶ ପୂଜା ଥିବାରୁ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ I

banabhoji besa
ବଣଭୋଜି କଲେ କଳାଠାକୁର

ଆମେ ଯେମିତି ବଣଭୋଜି କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ସାଙ୍ଗସାଥିଙ୍କୁ ଧରି ବଣଭୋଜି କରିବାକୁ ଯାଆନ୍ତି

Puri Srimandir Servitors’ To Be Given Rs 2 Lakh Each For House Construction | SJTA
ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା ।

Darshan Underway In Smooth Manner In Puri Srimandir
କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ । ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସର୍ବସାଧାରଣ । କୋଭିଡ ନିୟମ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି ।

Tarang TV To Air New Serial 'Srimandir' From Aug 30
ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍।

ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍। ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ଧାରାବାହିକର ଶୀର୍ଷକ ଗୀତ। ଗୀତରେ କଣ୍ଠଦାନ କରିଛନ୍ତି ୧୫ ଜଣ କଣ୍ଠଶିଳ୍ପୀ।

Puri Srimandir
ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ।

PURI-SRIMANDIRA-NEW
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ, ମିଳିଲା କାଳିଆ ଦର୍ଶନ

ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ।

reopening of Puri Jagannath temple
ଶ୍ରୀମନ୍ଦିର ଖୋଲିବା ନେଇ ନୂଆ SOP ଜାରି, ୧୬ରୁ କାଳିଆ ଦର୍ଶନ

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

old man walked to puri from bbsr
ହାତ ଛାଡ଼ିଦେଲେ ୫ ପୁଅ, ରାତି ଅଧରେ କାଳିଆ ଦର୍ଶନରେ ବାହାରିଲେ ୮୮ ବର୍ଷର ବୃଦ୍ଧ

ରାତିର ଘନ ଅନ୍ଧାର ଭିତରେ ଚାଲୁଥାନ୍ତି । ଗୋଟିଏ ଆଶା, କାଳିଆ ପୁଅ ପାଖକୁ ଯିବି। ସେ ଆଶ୍ରୟ ଦେବ। ମଝିରେ ବର୍ଷା ବି ହେଉଥାଏ। ହେଲେ ସେଥିକି ଖାତିର ନ ଥାଏ। ଏହା କେଉଁ ଫିଲ୍ମର କାହାଣୀ ନୁହେଁ। ଜଣେ ହତଭାଗ୍ୟ ବାପାର ଦୁଃଖଭରା ଅନୁଭୂତି। 

jagannath temple
ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ପଡୁଥିବା ଲୁଗା ଓ ଶାଢ଼ୀକୁ ନିଲାମ ପାଇଁ ନିଷ୍ପତ୍ତି

ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ […]

puri
ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ମରାମତି କାମ

ପୁରୀ : ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ। କାମ ସାରିବାକୁ ମାସେ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମାଗିଥିବାରୁ ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଭକ୍ତ ମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର […]

puri mahaprasad
୪ ଦିନର ବିଶୃଙ୍ଖଳା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିର ନୀତିକାନ୍ତି

ପୁରୀ : ୪ ଦିନର ବ୍ୟତିକ୍ରମ ଆଉ ବିଭ୍ରାଟର ଅନ୍ତ ଘଟିଛି। ବାହାରିଛି ମହାପ୍ରଭୁଙ୍କ ମହାପ୍ରସାଦ। ମହ ମହ ବାସୁଛି ଏବେ ରୋଷଶାଳା, ଆନନ୍ଦବଜାର, ବାଇଶିପାହାଚ ସବୁକିଛି। କାଳିଆ ସାଆନ୍ତ ବି ଆଶ୍ୱସ୍ଥ। ମହାପ୍ରସାଦ ଟିକିଏ ପାଇ ଭକ୍ତ ବି ଭାବବିହ୍ୱଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ କଡ଼ା ତାଗିଦ୍ ପରେ ଆଜି ଶୃଙ୍ଖଳିତ ହୋଇଥିଲା ନୀତିକାନ୍ତି। ଏହାପରେ ଦିନ ୧୨ଟା ୩୦ ମିନିଟ୍‌ରେ ଭୋଗମଣ୍ଡପ ଉଠିବା ସହ ବାହାରିଥିଲା ମହାପ୍ରସାଦ। ଗତ ୧୬ ତାରିଖରେ ନୀତିକାନ୍ତିରେ ବିଳମ୍ବ […]

maha laxmi
ଶ୍ରୀମନ୍ଦିର ମା’ ଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା’ ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି। ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା’ଙ୍କ ମଥାରେ ଶୋଭା ପାଉଛି।  କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସମେତ ମା’ ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତ ମାନେ ଉପସ୍ଥିତ ଥିଲେ। ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା।  ଦୀର୍ଘ ୬ମାସ […]

ratna bhandar---
ରତ୍ନ ଭଣ୍ଡାର ଯାଞ୍ଚ ଶେଷ

ପୁରୀ : ସରିଲା ରତ୍ନ ଭଣ୍ଡାର ଯାଞ୍ଚ। ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ବାହାର ଭଣ୍ଡାର ଯାଞ୍ଚ ସାରି ଫେରିଆସିଛନ୍ତି ଯାଞ୍ଚକାରୀ। ଯାଞ୍ଚବେଳେ ଭଣ୍ଡାର ଛାତରେ ଫାଟ ଦେଖିବାକୁ ମିଳିଛି। ଯାଞ୍ଚ ପରେ ବାହାରକୁ ବାହାରିବା ପରେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି। କେବଳ ବାହାର ଭଣ୍ଡାର ଯାଞ୍ଚ ହେଲା, ଭିତର ହେଲାନି ଭଣ୍ଡାର ଘର ଛାତରେ ଫାଟ ରହିଥିବା ଦେଖିପାରିଲୁ […]

puri
ରତ୍ନଭଣ୍ଡାରକୁ ଯାଞ୍ଚ ଲାଗି ମନୋନୀତ ସଦସ୍ୟ ଯିବା ପ୍ରସଙ୍ଗ : ଗଜପତି ମହାରାଜା ଯାଉ ନଥିବା ଶୁଣି ସେବାୟତ ଅସନ୍ତୁଷ୍ଟ

ପୁରୀ : ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଜପତି ମହାରାଜ ଯାଉ ନ ଥିବା ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଜପତି ରତ୍ନଭଣ୍ଡାର ଭିତରକୁ ଯାଆନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ରତ୍ନ ଭଣ୍ଡାରକୁ ଭିତରକୁ ଯିବେ। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ  ଶ୍ରୀମନ୍ଦିର ପରିଚାଳନା ସଭାର ଓ ବିଭିନ୍ନ […]

jagannath temple
ରତ୍ନଭଣ୍ଡାର ଗହଣାର ଆକଳନ ହେବନି

ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ […]

president visit
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ  ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କଡ଼ା ସୁରକ୍ଷାରେ ସର୍କିଟ ହାଉସରୁ ଅାସି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। କୌଳିକ ପଣ୍ଡା ମଧ୍ୟ ତାଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ। ପୁରୀ ଜଗନ୍ନାଥ ଧାମ ସବୁବେଳେ ଦେଶର ପ୍ରଥମ […]

ram nath kovind
୧୮ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରୁଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟି ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ […]