Advertisment

ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼, ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଅଚେତ୍‌...

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Puri Srimandir Crowd

Devotees beeline in large numbers for darshan of Lord Jagannath

ଭିଡ଼, ଭିଡ଼ ଆଉ ଭିଡ଼...ଶ୍ରୀମନ୍ଦିରରେ ଏତେ ଭିଡ଼ ଯେ, ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ଲମ୍ବା ଧାଡ଼ି ଲମ୍ବିଛି । ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ଯାଏ ପୁରୁଷ, ମହିଳା, ବୟସ୍କ, ଛୁଆ...ସମସ୍ତେ ଏହି ଭିଡ଼ରେ ଫସିଥିବା ଆଜି ଦେଖିବାକୁ ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ

ତେବେ ଲମ୍ବା ଧାଡ଼ିରେ ଠିଆ ହୋଇ ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶ୍ରଦ୍ଧାଳୁ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । 

Advertisment

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି । ଯିଏ ଯେମିତି ପାରିଲା ସେମିତି ଆଶ୍ରୟ ନେଲା, ଥକି ଗଲେ ରାସ୍ତା ଉପରେ ହିଁ ବସିବାକୁ ପଡ଼ୁଛି । ସବୁଠୁ ଅଧିକ ମହିଳା, ବୟସ୍କ ଏବଂ ଛୋଟ ଛୋଟ ପିଲା ପ୍ରଭାବିତ ହୋଇଛନ୍ତି ।

ଆଜି ଗୋଟିଏ ଦିନ ନୁହେଁ ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ । ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଫଳରେ ଏମିତି ଅସୁବିଧା ହେଉଛି । କିଛି ଦିନ ପୂର୍ବରୁ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା । ତଥାପି ପରିସ୍ଥିତି ସୁଧୁରିନି ।

ସେପଟେ ଶ୍ରୀମନ୍ଦିରର ୩ ଦ୍ୱାର ଖୋଲାଯାଉ ବୋଲି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଯେ, ନିକଟରେ ପୁରୀ ଯାଇ ଶ୍ରଦ୍ଧାଳୁଙ୍କ ଦୁଃଖଦୁର୍ଦ୍ଦଶା ଦେଖିଲି । ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡୁଛି ।’

‘ବିକଳ୍ପ ବାଟ ସରକାରଙ୍କୁ ଜଣା, ୩ ଦ୍ୱାର ଖୋଲାଯାଉ । ଗୋଟିଏ ଦ୍ୱାରରେ ପ୍ରକଳ୍ପ କାମ ହେଉ, ଅନ୍ୟ ୩ ଦ୍ୱାର ଖୋଲୁ । ଐତିହ୍ୟ ରକ୍ଷା କରି ପରିକ୍ରମା ପ୍ରକଳ୍ପ ହେଉ ବୋଲି ବିଶ୍ୱଭୂଷଣ କହିଛନ୍ତି । 

Puri Srimandir
Advertisment
Advertisment