Advertisment

ଶ୍ରୀମନ୍ଦିର ଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତ କଲବଲ ହେବା ପ୍ରସଙ୍ଗ ଉଠାଇଲେ...ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗ ଉଠାଇଲେ ... ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ...

author-image
Prangyan Parimita
ଅଦ୍ୟତନ ହୋଇଛି
Biswabhusan Harichandan

Biswabhusan Harichandan

ଭିଡ଼, ଭିଡ଼ ଆଉ ଭିଡ଼...ଶ୍ରୀମନ୍ଦିରରେ ଏତେ ଭିଡ଼ କି ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିଛନ୍ତି। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ଲମ୍ବା ଧାଡ଼ି ଲମ୍ବିଛି। ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ଯାଏଁ ଲୋକେ ଗୋଟେ ପରେ ଗୋଟେ ବ୍ୟାରିକେଡରେ ରହିଛନ୍ତି। ପୁରୁଷ, ମହିଳା, ବୟସ୍କ, ଛୁଆ...ସମସ୍ତେ ଏହି ଭିଡ଼ରେ ଫସିଛନ୍ତି।ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା।

Advertisment

ଯିଏ ଯେମିତି ପାରିଲା ସେମିତି ଆଶ୍ରୟ ନେଲା, ଥକି ଗଲେ ରାସ୍ତା ଉପରେ ହିଁ ବସିବାକୁ ପଡ଼ୁଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା, ବୟସ୍କ ଏବଂ ଛୋଟ ଛୋଟ ପିଲା।...ଆଜି ଗୋଟିଏ ଦିନ ନୁହେଁ ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ।

ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଫଳରେ ଏମିତି ଅସୁବିଧା ହେଉଛି। କିଛି ଦିନ ପୂର୍ବରୁ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା। ତଥାପି ତଥାପି ପରିସ୍ଥିତି ସୁଧୁରିନି।

Advertisment

ତେବେ ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କ୍ଷୋଭ । ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ହୋଇଛନ୍ତି ବିଶ୍ୱଭୂଷଣ । ସେ କହିଛନ୍ତି ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ଏଭଳି ପ୍ରତିବନ୍ଧକ ସୃଷ୍ଟି କରିବା ଅନ୍ୟାୟ । ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହୋଇଥିବା ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଭକ୍ତ ଦର୍ଶନ ପାଇଁ ତିନି ଦ୍ୱାରରେ ବ୍ୟବସ୍ଥା କରି ଗୋଟି ଦ୍ୱାର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବନ୍ଦ ରଖିଲେ ସୁରୁଖୁରୁରେ ଭକ୍ତ ଦର୍ଶନ କରିପାରନ୍ତେ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଡହଳ ବିକଳ ସ୍ଥିତି ଦେଖି ଅନ୍ତନ୍ୟ ଭଙ୍ଗି ପଡ଼ିଛନ୍ତି ବିଶ୍ବଭୂଷଣ ।

ତେବେ ସେବାୟତ ନୀତି ବିଳମ୍ବ କରିବା ଯୋଗୁ ଭକ୍ତଙ୍କ ଅସୁବିଧା ହେଉଥିବା ପ୍ରସଙ୍ଗ ବି ସେ ଉଠାଇଛନ୍ତି । ଏମିତି କି ଶ୍ରୀଜିଉଙ୍କୁ ଉପାସରେ ରଖିବା ପ୍ରସଙ୍ଗରେ ମଧ୍ୟ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଶାସନ ଚାହିଁଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଧ୍ୟ ନିଜେ ଏକ ଦୈନିକ ଖବର କାଗଜରେ ଲେଖିଥିବା ଆର୍ଟିକିଲରେ କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ । ଏହାସହ ସେ ଉତ୍କଳମଣିଙ୍କ ଉକ୍ତିକୁ ମଧ୍ୟ ଆଲେଖରେ ସାମିଲ କରି ଲେଖିଛନ୍ତି ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ ।....

Puri Srimandir Shree Mandir
Advertisment
Advertisment