/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743001061.jpg)
କଂଗ୍ରେସର B ଟିମ୍ ବିଜେଡି
ବିଧାନସଭାରେ ଶକ୍ତିଶାଳୀ ହେଉଛି କଂଗ୍ରେସ, ଦିଶାହୀନ ବିଜେଡି । ବିଜେଡି ମୁଖ୍ୟ ବିରୋଧୀ ଦଳ ହେଲେ ବି ଯେମିତି, କଂଗ୍ରେସ ଏହି ଭୂମିକା ନିଭାଉଛି । ବିଶେଷ କରି ଏଇ ବିଧାନସଭା ଅଧିବେଶନରେ ଆଗ୍ରେସିଭ୍ ମୁଡରେ ଅଛନ୍ତି କଂଗ୍ରେସ ବିଧାୟକ । ଆଉ, କୌଣସି ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ଫୋକସ୍ ନକରି ନେତା ନବୀନଙ୍କ ଅନୁପସ୍ଥିତିରେ ଦିଗହରା ହୋଇଛି ବିଜୁ ଜନତା ଦଳ। ବିଜେପି କହିଛି, କଂଗ୍ରେସର B-ଟିମ୍ ହୋଇ କାମ କରୁଛି ବିଜେଡି ।
ଅଧିକ ପଢ଼ନ୍ତୁ: ବାହାରିଗଲା ସତ; ଅରୁଣ କହିଲେ, କଂଗ୍ରେସ ଆମ ଭାଇ !
୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ ।ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ । ରାଜ୍ୟରେ ଦିନେ ସରକାରରେ ଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନରେ । ବିଧାନସଭାରେ ସଦସ୍ୟ ସଂଖ୍ୟା ମାତ୍ର ୧୪ । ତଥାପି ବିଜେଡିର ୫୧ ବିଧାୟକଙ୍କ ଉପରେ ଭାରି ପଡୁଛିି କଂଗ୍ରେସ। ଗୃହରେ ନେଉଛି ମୁଖ୍ୟ ବିରୋଧୀ ଦଳର ଭୂମିକା। ପ୍ରସଙ୍ଗକୁ ଗଣ୍ଠି କରି ସରକାରଙ୍କୁ ବେଶ୍ ହଲ୍ଲାପଟା କରୁଛନ୍ତି କଂଗ୍ରେସ ସଦସ୍ୟ । ବିଧାନସଭା ଆରମ୍ଭରୁ ପ୍ରତିଦିନ ରହୁଛନ୍ତି ଖବରର ଶିରୋନାମାରେ। ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ ଅଡି ବସିଥିବା କଂଗ୍ରେସ ବାରମ୍ବାର ଅଚଳ କରିଦେଇଛନ୍ତି ଗୃହ। କେତେବେଳେ ଘଣ୍ଟ ପିଟି, ଗିନି ବଜାଇ ତ କେତେବେଳେ ତୁରୀ ଓ ବଂଶୀ ବଜାଇ ଜାରି ରଖିଛନ୍ତି ବିରୋଧ। ବିଶୃଙ୍ଖଳିତ ଆଚରଣ ପାଇଁ ସବୁ ସଦସ୍ୟ ସସପେଣ୍ଡ ବି ହୋଇଛନ୍ତି।
ତେବେ ଗତକାଲି ରାତିରେ ଦଳର ନିଲମ୍ବିତ ସଦସ୍ୟଙ୍କ ପ୍ରତି ବରିଷ୍ଠ ନେତାଙ୍କ ଯେଉଁଭଳି ଭାବେ ସମର୍ଥନ ରହିିଥିଲା ତାକୁ ଦେଖି ରାଜ୍ୟରେ ହଜିବାକୁ ବସିଥିବା କଂଗ୍ରେସ ଯେ, ବର୍ତ୍ତମାନ ଶକ୍ତିଶାଳୀ ହେଉଛି, ସେଥିରେ ସନ୍ଦେହ ନାହିଁ । ଅଧ ରାତିରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଶରତ ରାଉତ, ଜୟଦେବ ଜେନା ଓ ଖୋଦ୍ ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାନସଭା ବାହାରେ ଉପସ୍ଥିତ ରହି ପ୍ରତିବାଦ ଜଣାଇବା ଦଳ ଏକଜୁଟ୍ ଥିବା ସୂଚାଉଛି ।
ବିଧାନସଭାରେ ବଢୁଛି କଂଗ୍ରେସର ସ୍ବର, ହେଲେ ଦିଶାହୀନ ବିଜେଡି । ଗୃହରେ ଦିଗହରା ମୁଖ୍ୟ ବିରୋଧୀ ଦଳ। କେତେବେଳେ ନାରୀ ନିର୍ଯାତନା ଓ ପଛୁଆ ବର୍ଗ ପ୍ରସଙ୍ଗ ତ କେତେବେଳେ ବନ୍ଦେ ଉତ୍କଳ ଜନନୀ ଓ ବିଜୁ ଜୟନ୍ତୀକୁ ଇସ୍ୟୁ କରି ଗୃହକୁ ଅଚଳ କରୁଛି ଦଳ । ରାଜ୍ୟର ବିକାଶ ତଥା ଲୋକଙ୍କ ସମସ୍ୟା ପ୍ରତି କିଛି ଗୁରୁତ୍ବ ନାହିଁ। ୫୧ ଜଳ ସଦସ୍ୟ ଥିଲେ ବି ଦଳ କଂଗ୍ରେସଠାରୁ ପଛରେ ପଡିଯାଇଛି । ଅରୁଣ ଓ ସାରଦାଙ୍କ ଭଳି ମାତ୍ର ହାତଗଣତି ଦୁଇ ତିନି ଜଣ ନେତା ସାମ୍ନାକୁ ଆସୁଛନ୍ତି ।
ଅଧିକାଂଶ ସମୟ ବିରୋଧୀ ଦଳ ନେତାଙ୍କ ଦେଖା ନାହିଁ। ଏସବୁ ଭିତରେ କିଛି ଦିନ ତଳେ ବିଧାନସଭା ଲବିରେ କଂଗ୍ରେସ ସଦସ୍ୟଙ୍କ ସହ ନବୀନଙ୍କ ଫଟୋ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ଯାହାକୁ ପ୍ରସଙ୍ଗ କରି ବିଜେପି କହିଛି, ଏହି ଫଟୋରୁ ସ୍ପଷ୍ଟତା ଆସୁଛି କାହା ଇସାରାରେ କିଏ ନାଚୁଛି । ରାଜ୍ୟରେ କଂଗ୍ରେସର ବି ଟିମ୍ ଭାବେ କାମ କରୁଛି ବିଜେଡ ।
ଗୋଟିଏ ପଟେ ଏଥର ବିଧାନସଭାରେ କଂଗ୍ରେସ ସଦସ୍ୟ ସଂଖ୍ୟା ୯ରୁ ୧୪ରେ ପହଁଚିଛି । ଅନ୍ୟ ପଟେ ୧୧୨ରୁ ୫୧କୁ ଖସିଛି ବିଜେଡି। ପିସିସି ସଭାପତି ଦାୟିତ୍ବ ନେଉ ନେଉ ବରିଷ୍ଠ ନେତା ସୁର ରାଉତରାୟ ଓ ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ହଟାଇବା ଏବଂ ଅନ୍ୟ ନେତାଙ୍କୁୁ ଦଳକୁ ଫେରାଇ ଆଣିବା ପାଇଁ ବାଟ ଖୋଲିଦେଇଥିଲେ ନୂଆ ପିସିସି ସଭାପତି। ପ୍ରଭାରୀ ଲଲ୍ଲୁ ବି ସମ୍ପର୍କ, ସମାଧାନ ଓ ସଂଘର୍ଷର ଆହ୍ବାନ ଦେଇ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢିବୁ ବୋଲି କହିଥିଲେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି କଂଗ୍ରେସରେ । ହେଲେ ବିଜେଡି ପାଇଁ ଚ୍ୟାଲେଞ୍ଜ ପାଲଟିଛି ବିଜେପିକୁ ଡେଉଁଥିବା ନିଜ ଦଳର ସଦସ୍ୟଙ୍କୁ ପାଖରେ ରଖିବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)