/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699506232.jpg)
Gundicha Temple
ଭକ୍ତଟିଏ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରୁଛି। ହେଲେ ଗୁଣ୍ଡିଚା ମନ୍ଦିର ଯାଇପାରୁନି। ଶ୍ରୀଜିଉଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ମରାମତି ଆଳରେ ଦର୍ଶନ ବନ୍ଦ ଥିବାବେଳେ ପ୍ରତିଦିନ ନିରାଶ ହୋଇ ଫେରୁଛନ୍ତି ହଜାର ଶ୍ରଦ୍ଧାଳୁ।
କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ? କରୋନା ପର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିରର ଦ୍ୱାର ବନ୍ଦ ଥିବା ବେଳେ ପ୍ରତିଦିନ ଦର୍ଶନରୁ ବଞ୍ଚିତ ହୋଇ ଫେରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।
ଅଧିକ ପଢ଼ନ୍ତୁ: ପର୍ଯ୍ୟଟନ ସହରକୁ ବୁଲିବାକୁ ଯାଉଛନ୍ତି କି... ପୁରୀରେ ଭୂତ ହୋଟେଲ !
ଯେଉଁ ଶ୍ରଦ୍ଧାଳୁ ମାନେ ରଥଯାତ୍ରା ସମୟରେ ପୁରୀ ଆସିପାରି ନଥାନ୍ତି ସେମାନେ ଅନ୍ୟ ସମୟରେ ଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପ, ରୋଷଘର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ମାତ୍ର ୩ ବର୍ଷ ହେଲା ଦର୍ଶନ ବନ୍ଦ ଥିବରୁ ନିରାଶ ହୋଇ ଫେରୁଛନ୍ତି ଶ୍ରଦ୍ଧାଳୁ।
ଗୁଣ୍ଡିଚା ମନ୍ଦିର ମରାମତି କାମ ଚାଲୁଥିବାରୁ ଦର୍ଶନ ବନ୍ଦ ରଖିଛି ପ୍ରଶାସନ । ପରିଚାଳନା କମିଟିରେ ମନ୍ଦିର ଖୋଲିବାକୁ ଦାବି ହୋଇଛି । ଏପରକି ପରିଚାଳନା ସମସ୍ୟାକୁ ଏଡାଇବାକୁ ତୃତୀୟ ପକ୍ଷ ନିଯୁକ୍ତି କଥା ବି ଉଠିଛି ।
ଏଯାବତ୍ ମନ୍ଦିର ଖୋଲିବା ନେଇ କିଛି ନିଷ୍ପତ୍ତି ହୋଇନି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମରାମତି ଓ ଉନ୍ନତିକରଣ କାର୍ଯ୍ୟ ସରିଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)