/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701436185.jpg)
special corridor for srimandira
ଶ୍ରୀକ୍ଷେତ୍ରରେ କରାଯିବ ଶୀତତାପ ନିୟନ୍ତ୍ରଣ କରିଡର । ଭିତରେ ସବୁ ପ୍ରକାର ସୁବିଧା ରହିବ। ବର୍ଷ ସାରା କରିଡର ରହିବ। ଟନେଲ ସଦୃଶ କରିଡର କରାଯିବ। ମରିଚିକୋଟଠାରୁ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରଣ କରିଡରରେ ଯିବେ ଶ୍ରୀମନ୍ଦିର ସମସ୍ତ ଭକ୍ତ। ସେଥିପାଇଁ ଶ୍ରୀମନ୍ଦିରଠାରୁ ମରିଚିକୋଟ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଠାଯିବ।
Advertisment
ରଥଯାତ୍ରା ସମୟରେ ଏହି ଡେଡିକେଟେଡ୍ କରିଡର ହଟାଯିବ। ମରଚିକୋଟଠାରୁ ଏହି କରିଡର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ପୁରୀ ଉପଜିଲ୍ଲାପାଳ। ମିଳି ଥିବା ଫିଡବ୍ୟାକ ମତରେ ଏଭଳି ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ହରଚଣ୍ଡୀ ସାହି, ବାସେଳି ସାହି, ମାର୍କେଣ୍ଡେଶ୍ୱର ସାହି, ଦୋଳମଣ୍ଡପ ସାହି ମାଟିମଣ୍ଡପ ସାହି କାଳିକାଦେବୀ ସାହି ଲୋକ କେମିତି ଯିବେ ସେନେଇ ପ୍ରଶ୍ନ ଉଠିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)