୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।
କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।
ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।
୨୪ ନିର୍ବାଚନ ପ୍ରସ୍ତୁତିର ଭିତ୍ତି ପକାଇଲା କି ବିଜେଡି ? ମିଳିଥିବା ସମ୍ମାନକୁ କିଣା ଆଓ୍ୱାର୍ଡ କହିଲେ ବିରୋଧୀ ।
ଅସମ୍ଭାଳ ଭିଡରେ ୭ ଘଣ୍ଟା ଅଣନିଶ୍ୱାସୀ ଜନତା । ରାଜଧାନୀର ପ୍ରମୁଖ ରାସ୍ତାରେ ସାଂଘାତିକ ଟ୍ରାଫିକ ଜାମ୍ ।
ମହିଳା ଅସଦାଚରଣ ପ୍ରସଙ୍ଗରେ ଘେରିଲା ବିଜେପି । କଂଗ୍ରେସ କହିଲା ତୁଷ୍ଟୀକରଣ ରାଜନୀତି ।
ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି ।
ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମୟୂରଭଞ୍ଜରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସମୀର ମହାନ୍ତି ।
ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ ।
ସରକାରଙ୍କ ଅବହେଳାରୁ ବନ୍ୟାସ୍ଥିତି ସଂଗୀନ । ନଦୀବନ୍ଧର ସୁରକ୍ଷା ପାଇଁ ୩ ବର୍ଷ ହେଲା ବୈଠକ ନାହିଁ ।
ସ୍ୱାଧୀନତାର ୭୫ ବର୍ଷ ପରେ ରାସ୍ତାରେ ଚାଲିବାର ଅଧିକାର ଲୋକେ ଯେମିତି ହରାଇ ସାରିଛନ୍ତି। ଶୂନସାନ ରାସ୍ତାରେ ମୃତ୍ୟୁର ଭୟ, ଭିଡ ରାସ୍ତାରେ ଜୀବନ ଜାମ୍! ଗାଁ’ଠାରୁ ସହର-ସଦର ସବୁଠି ସଡକ ପ୍ରମୁଖ ସମସ୍ୟା ଭିତରେ ପରିଗଣିତ। ଏହା ରାଜ୍ୟ ସରକାରର ବିଫଳତା ନୁହେଁ କି?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ।
ସେଚ ପ୍ରକଳ୍ପ ଉଦ୍ଘାଟନ ସହ ଗାଇଲେ ଜିଲ୍ଲାର ଗୁଣ । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ନେଇ ତେଜିଲା ରାଜନୀତି ।
ବର୍ଷାରୁ ରକ୍ଷା ପାଇଁ ଷ୍ଟାଡିୟମ ଛାତରେ ପଡ଼ିଥିଲା ଜରି ପାଲ । ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତାପ୍ରାପ୍ତ ସ୍ଥଳର ବିଳକ ଚିତ୍ରକୁ ନେଇ ବଢୁଛି କ୍ଷୋଭ ।
ଦଳୀୟ, ସାମାଜିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ।
ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି ।
ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍ସନ୍ ୫୦ହଜାର ଦିଅ ।
କ୍ଷମତା ଲୋଭୀ ହୋଇ ଏପରି କରାଯାଉଛି । ଇଡିକୁ ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତି ହେଉଛି କହିଲା କଂଗ୍ରେସ ।
ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ ।
ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା। ଦାୟିତ୍ୱ ନେଉ ନେଉ କହିଲେ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ, ବିଜେଡି ମୁକ୍ତ ଓଡ଼ିଶା।
ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ ।
ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ ।
ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।
ମୋକିମ୍ କହିଲେ କଂଗ୍ରେସରେ ଅଛି ରହିବି । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା-ସୁର । ଶରତ କହିଲେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା ।
ମାଟିର ଝିଅ କଥାକୁ ଖଣ୍ଡନ କଲେ ତାରାପ୍ରସାଦ ବାହିନୀପତି । ଯଶୱନ୍ତ ସିଂହ୍ନା ବିହାରର, ତାଙ୍କୁ ବିଜେପି ଭୋଟ ଦେଲା କି ?