ମୟୁରଭଞ୍ଜରେ ନବୀନ ଖେଳିଲେ ଆଦିବାସୀ କାର୍ଡ । ଟାର୍ଗେଟରେ ଜନଜାତି ଭୋଟ୍ ବ୍ୟାଙ୍କ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିବା ଦର୍ଶାଇ ଆସ୍ଥା ଜିଣିବାକୁ ପ୍ରୟାସ । ବିଜେଡି ଟାର୍ଗେଟରେ ଆଦିବାସୀ ଭୋଟ୍ ବ୍ୟାଙ୍କ । ଏଥିପାଇଁ ରାଜ୍ୟ ସରକାରଙ୍କ ଫୋକସରେ ଜନଜାତି ବହୁଳ ମୟୁରଭଞ୍ଜ ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ।
Published: Satyendu Shekher Mishra
Last updated: 12 August 2022, 10:17 PM IST
ଗିରଫଦାରୀ ପରଠୁ କାହିଁକି ଏବେ ବଢ଼ିଛି ଅମରେଶ୍-ଅର୍ଚ୍ଚନା ଆରୋପ ପ୍ରତ୍ୟାରୋପର ଫର୍ଦ୍ଦ ? ଥରେ ନଜର ପକାନ୍ତୁ ଲକ୍ଷ୍ମୀସାଗର ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅମରେଶ ଜେନା ଦାୟର କରିଥିବା ଗତ ୨୨ ତାରିଖର ଏତଲା କପି ଉପରେ। ଯେଉଁଥିରେ ଲେଖାଯାଇଛି, ନିର୍ଦ୍ଦୋଶରେ ଯେପରି ଖଲାସ ହୋଇପାରିବେ ଏବଂ ତାଙ୍କ ସପକ୍ଷରେ ଯିବାକୁ ଅର୍ଚ୍ଚନା ଧମକ ଚମକ ଦେଉଥିଲେ। ଏପରିକି ସାହାଯ୍ୟ ବାହାନାରେ ୩୦ ହଜାର ଟଙ୍କା ଦାବି ବି କରିଥିଲେ ଅର୍ଚ୍ଚନା। କଥାରେ ରାଜି ନହେବାରୁ ମିଛ କେଶରେ ଫସାଇଦେବାକୁ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍ ଚାର୍ଟକୁ ଭାଇରାଲର ଧମକ ଦେଉଥିଲେ।