• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କଲେ ବିଜେଡି-କଂଗ୍ରେସ । କ୍ଷମତା ଲୋଭି ହୋଇ ଏପରି କରାଯାଉଛି । ଅଧିକ ଦିନ ଯାଏଁ କ୍ଷମତା ରଖିବା ସହ ଆକ୍ରୋଶମୂଳକ ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । ଯାହା ସବୁଦିନେ ରହିବନି ବୋଲି କହିଛନ୍ତି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ସେପଟେ ଦେଶରେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବଢ଼ିଛି । ଲୋକଙ୍କ ଦୃଷ୍ଟିରୁ ଏହାକୁ ହଟାଇବା ଉଦ୍ଦେଶ୍ୟରେ, କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ବିରୋଧୀଙ୍କ ଉପରେ ଅସ୍ତ୍ର ଭଳି ପ୍ରୟୋଗ କରୁଛନ୍ତି ବୋଲି ପିସିସି ସଭାପତି କହିଛନ୍ତି । ଅନ୍ୟପଟେ ବିଜେଡି ଓ କଂଗ୍ରେସର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି । ପଶ୍ଚିମବଙ୍ଗରେ ମନ୍ତ୍ରୀଙ୍କ ଘରୁ କୋଟି କୋଟି ଟଙ୍କା ବାହାର କଲା ଇଡି । ତେଣୁ ଇଡିକୁ ଏଥିପାଇଁ ପ୍ରଶଂସା କରିବା ଜରୁରୀ ବୋଲି ସେ ଦୋହରାଇଛନ୍ତି ।

ସୂଚନାଯୋଗ୍ୟ, ଗତେକାଲି ଚିଟ୍‌ଫଣ୍ଡ ମାମଲାରେ ଇଡି ଆକ୍ସନ ମୋଡ୍‌କୁ ଆସିଛି । ଆଟାଚ୍ କରିଛି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି । ସି-ସୋର ମାମଲାରେ ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କର କଟକ SBI ଶାଖାରେ ଥିବା ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ସହ ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ମିଶାଇ ମୋଟ୍ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ପ୍ରପର୍ଟି ଆଟାଚ୍ କରିଛି ED ।

୨୦୧୭ ସେପ୍ଟେମ୍ବର ୧୯ । ସିସୋର ଚିଟଫଣ୍ଡ ଲିଙ୍କରେ ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ତାପୂର୍ବରୁ ୩ ବର୍ଷ ଧରି ବିଭିନ୍ନ ସମୟରେ ପ୍ରଭାତଙ୍କୁ ଚାରି ଚାରି ଥର ମାରାଥନ ଜେରା ବି ହୋଇଥିଲା । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା ।