• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମିଶନ୍ ୨୪ ପାଇଁ ବିଜେପିର ରୋଡ୍ ମ୍ୟାପ୍ । ତୃଣମୂଳ ସ୍ତରରୁ ହେବ ଆନ୍ଦୋଳନ । ମୁଖ୍ୟ ଅସ୍ତ୍ର ହେବ- ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର । ବୁଥ୍ ଓ ପଞ୍ଚାୟତ ସ୍ତରରୁ ବିଜେଡି ସରକାର ବିରୋଧରେ ଲଢ଼େଇ ପାଇଁ ବିଜେପିର ରଣନୀତିି । ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ସାମ୍ନାକୁ ଆଣି ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ରୋଡ୍‌ମ୍ୟାପ୍ ବନେଇଛି ଦଳ । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ ଦେଇଛନ୍ତି ବୁଥସ୍ତରରୁ ସଂଗଠନ ମଜଭୁତର ଫର୍ମୁଲା । ଅପରପକ୍ଷେ ରାଜ୍ୟରେ ବିଜେପି ବଢୁଛି ଓ ବିଜେଡି ଛିଡ଼ୁଛି ବୋଲି ବିଜେପି ଦାବି କରିଥିବା ବେଳେ ବିଜେଡି ଏହାର ଜବାବ ରଖିଛି ।

ପୁରୀ ରେ ଆୟୋଜିତ ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ୨୪ରେ ବିଜେଡିକୁ ମାତ୍ ଦେବାକୁ ଏଭଳି ଅଙ୍କ କଷିଛି ବିଜେପି । ଶିବିରର ଶେଷ ଦିନରେ ଦଳ କିଭଳି ୫୦ ପ୍ରତିଶତ ଭୋଟ ହାସଲ କରି ୨୪ରେ ସରକାର ଗଢିବ ସେନେଇ ଜୋରଦାର ମାନସ ମନ୍ଥନ ହୋଇଛି । ୨୦୧୪ରେ ୧୮ ଓ ୨୦୧୯ରେ ବିଜେପି ସପକ୍ଷରେ ପଡ଼ିଥିଲା ୩୨ ପ୍ରତିଶତ ଭୋଟ୍ ।

ହେଲେ ୨୪ ନିର୍ବାଚନରେ ଦଳ କିଭଳି ଆଉ ୧୮ ପ୍ରତିଶତ ଭୋଟ୍ ଆଣି ଏହାକୁ ୫୦ ପ୍ରତିଶତରେ ପହଞ୍ଚାଇବ, ସେନେଇ ପଲିଟିକାଲ ରୋଡମ୍ୟାପ ସେସନରେ ଆଲୋଚନା ହୋଇଛି । ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ବି ଏଇ ଟାର୍ଗେଟ୍ ଦେଇଥିଲେ । ତେବେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ ଏହି ଲକ୍ଷ୍ୟ ହାସଲ ଲାଗି ବୁଥ ସ୍ତରରୁ ସଂଗଠନ ମଜଭୁତର ଫର୍ମୁଲା ଦେଇଛନ୍ତି । ଦଳର ସାଧାରଣ ସଂପାଦକ ଅଭିଯୋଗ କରିଛନ୍ତି ବିଜେଡି ହେଉଛି ଛିଡୁଥିବା ଦଳ, ଆଉ ବଢୁଥିବା ଦଳ ହେଉଛି ବିଜେପି ।

ଶିବିରର ଶେଷ ଦିନରେ ପଲିଟିକାଲ ରୋଡ଼ମ୍ୟାପ ଉପରେ ବିଜେପି ରାଜ୍ୟ ସଭାପତି, କୃଷି ଓ କୃଷକ ସଶକ୍ତକରଣରେ କେନ୍ଦ୍ର ସରକାରଙ୍କ ଅବଦାନ ଉପରେ ପୂର୍ବତନ କୃଷିମନ୍ତ୍ରୀ ରାଧାମୋହନ ସିଂ, ମୋଦି ସରକାରଙ୍କ ଦୂରଗାମୀ ନୀତି ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସଙ୍ଗଠନ ମଜବୁତ ଉପରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ବି.ଏଲ ସନ୍ତୋଷ ପ୍ରଶିକ୍ଷଣ ଦେଇଛନ୍ତି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ବି.ଏଲ. ସନ୍ତୋଷ ଦଳୀୟ ନେତାଙ୍କୁ ଡାକି ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିବା ସହ ଟାସ୍କ ବି ଦେଇଛନ୍ତି ।