ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ
ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ ।
କାହାର ହେବ ପଦ୍ମପୁର ? କିଏ ମାରିବ ବାଜି ? ରେକର୍ଡ ମତଦାନ କାହାକୁ ସୁହାଇବ ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ, ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର ଏଜେଣ୍ଟ, ପଂଚାୟତ ସ୍ତରର ନେତା ଓ ଅବଜର୍ଭରମାନଙ୍କଠାରୁ ସଂଗ୍ରହ କରୁଛନ୍ତି ବୁଥ୍ଓ୍ୱାରି ରିପୋର୍ଟ । କେଉଁ ବୁଥ୍ରେ କେତେ ଭୋଟ୍ ପଡ଼ିଛି, କେଉଁଠି କିଏ ଲିଡ୍ ନେବାର ସମ୍ଭାବନା ଅଛି ସେସବୁର ଚାଲିଛି ମିଶାଣ ଫେଡ଼ାଣ ।
ରାଜ୍ୟ ସରକାରଙ୍କୁ କେନ୍ଦ୍ରର କଡ଼ା ତାଗିଦ୍ । ୧୫ ତାରିଖ ସୁଦ୍ଧା ଦିଅ ଭୂମିହୀନ ଆବାସ ହିତାଧିକାରୀଙ୍କୁ ଜମି । ନଚେତ୍ ପ୍ରତ୍ୟାହାର ହେବ ଆବାସ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ କଳି ଭିତରେ ପୁଣି ନୂଆ କେଁ । ରାଜ୍ୟକୁ ଚିଠି ଲେଖି କଡ଼ା ଚେତାବନୀ ଦେଇଛି କେନ୍ଦ୍ର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଲେଖିଥିବା ଚିଠି ଅନୁସାରେ, ରାଜ୍ୟରେ ୫୭ ହଜାର ୯୩୨ ଜଣ ଭୂମିହୀନ ହିତାଧିକାରୀ ଥିଲେ । ସେମାନଙ୍କ ଭିତରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ୧୮ ହଜାର ୮୪୩ ଭୂମିହୀନ ନିଜସ୍ୱ ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନା ପାଇପାରୁନାହାନ୍ତି ।
ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର ।
ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ ।
ଘର ପାଖ କେନ୍ଦ୍ରରେ ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ସନ୍ଧ୍ୟା ୬ଟା ସୁଦ୍ଧା ରେକର୍ଡ ୮୦%ରୁ ଅଧିକ ମତଦାନ ।
ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ ।
ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ପଦ୍ମପୁରରେ ନବୀନଙ୍କ ମାରାଥନ୍ ପ୍ରଚାର । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା । ନିକଟ ଅତୀତରେ ହୋଇଥିବା ଏକାଧିକ ବାଏ ଲେକସନ୍ରେ ନବୀନ ପ୍ରଚାର କରିନଥିଲେ । ତେବେ ପ୍ରାୟ ୩ ବର୍ଷ ପରେ ମଇଦାନକୁ ଓହ୍ଲାଇଥିବା ବେଳେ ପଦ୍ମପୁରରେ ଜୋରଦାର ଢଙ୍ଗରେ ପ୍ରଚାର କରିଛନ୍ତି ।
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ କରିଥିଲା । ଚାଷୀଙ୍କୁ ଠିକ୍ରେ ଇନପୁଟ୍ ସବ୍ସିଡି ମିଳୁନି, ଚାଷୀ ସାରବିହନ ପାଉନାହାନ୍ତି ।
ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା।
ବଜେଡିର ତିନିଟି ସ୍ଥାନରେ ମାରାଥନ୍ ନିର୍ବାଚନୀ ସଭା ।
ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍ପୁଟ୍ ସବ୍ସିଡି-ସାର ବିହନ ପ୍ରସଙ୍ଗ ।
ବିଜେଡିର ଦାବି ଶଙ୍ଖକୁ ଯିବ ୭୦ ପ୍ରତିଶତ ଜାତି ଭୋଟ୍ । ଜାତି ରାଜନୀତି କାର୍ଡ ଖେଳୁଥିବା କହି ବର୍ଷିଲେ ବିରୋଧୀ ।
ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ ।
୩ ନେତା ଦିବଙ୍ଗତ ବିଜୟ ବରିହାଙ୍କ ଅନୁଗତ ଥିବା ଚର୍ଚ୍ଚା । ଆୟକର ବିଭାଗ ରେଡ୍ରୁ କଣ ପାଇଛି, ତାହା ଅସ୍ପଷ୍ଟ ।
ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?
ଆଜି ଆଉ ନାହିଁ କରୋନା କଟକଣା। ସବୁକିଛି ହୋଇଗଲାଣି ସ୍ୱାଭାବିକ। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ। କାହିଁକି ଏମିତି ମନୋଭାବ?
ପୋଲିସ ଡ୍ରାଇଭରଙ୍କ ନମ୍ବର ରଖୁଥିବା ବିରୋଧୀଙ୍କ ଅଭିଯୋଗ । ପ୍ରତିପକ୍ଷଙ୍କ ଗତିବିଧି ଜାଣିବାକୁ ଶାସକ ଦଳର ଚାଲ୍ ଅଭିଯୋଗ ।
ପଦ୍ମପୁର ଭୋଟ୍ ବେଳେ ଚାଷୀ ଦରଦ ଲଢ଼େଇ, ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ।
ଗତ ୨୫ ବର୍ଷ ହେଲା ଓଡ଼ିଶାର ଚାଷୀ ହତାଶ ହୋଇ ରହିଛନ୍ତି। ରାଜ୍ୟରେ ଜଳସେଚିତ ଜମି କମ୍। ସରକାର ଯେଉଁ ମଞ୍ଜି ଦେଉଛନ୍ତି, ତାହା ମଧ୍ୟ ନକଲି।
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର ।
ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବିଧାନସଭା ଉପରେ ପଦ୍ମପୁର ଉପନିର୍ବାଚନର ଇଫେକ୍ଟ ।
ବିଜେଡିର ଗୁଣ୍ଡାମାନେ ଆକ୍ରମଣ ଉଦ୍ୟମ କରିଛନ୍ତି କହିଲେ ପ୍ରଦୀପ । ହତ୍ୟା ଧମକ ଅଭିଯୋଗରେ ଜୟନାରାୟଣଙ୍କୁ ସୁଶାନ୍ତ ସିଂଙ୍କ ଟାର୍ଗେଟ୍ ।