ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।
ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।
ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି ।
ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରିଥିଲେ ।
ନିରଞ୍ଜନଙ୍କ ପରେ କାହା ଉପରେ ଭରସା କରିବେ ହାଇକମାଣ୍ଡ ? ଏହାକୁ ନେଇ ଏବେ ସରଗରମ କଂଗ୍ରେସ୍ ରାଜନୀତି । ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି ।
ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।
ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ ।
କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର ।
ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି ଏହେଲେ ବିଜେପି କାଉନ୍ସିଲର ଝିଲି ପ୍ରଧାନ । ତାଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା ।
ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ । କିଛି ସ୍ଥାନରେ ଫାଟ ପଦାରେ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଭିତରେ ଭିତରେ କୁହୁଳୁଛି ଅସନ୍ତୋଷ । ପଂଚାୟତ ଓ ପୌର ନିର୍ବାଚନରେ ଗଣ୍ଡାଗଣ୍ଡା ବିଦ୍ରୋହୀ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବା ଓ ଅଧ୍ୟକ୍ଷ ପଦ ହାତେଇବା ପାଇଁ ନେତାଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତାର ଏହା ସ୍ପଷ୍ଟ ହୋଇଛି
ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ ।
କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ ।
ଶେଷ ହୋଇଛି ପୌର ଭୋଟ୍ । ନିର୍ବାଚନୀ ମୈଦାନରେ କିଏ ଜିତିଛି, କିଏ ହାରିଛି । ହେଲେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏମିତି କିଛି ବିରଳ, ଅସାଧାରଣ ପ୍ରାର୍ଥୀ, ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଜିମାତ୍ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବଢୁଛି କି ବିରୋଧୀଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି। ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି।
ଗଞ୍ଜାମ ଏନ୍ଏସିରେ ୧୨ଟି ୱାର୍ଡରୁ ୧୦ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଏନ୍ଏସି ଚେୟାରମ୍ୟାନ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ ।
ଗୋଟିଏ ପଟେ ଶ୍ରୀମନ୍ଦିର ଚାରିପଟେ କାହା ଆଦେଶରେ ଖନନ କାର୍ଯ୍ୟ ଚାଲିଛି ବୋଲି ବିଜେପି ପ୍ରଶ୍ନ ଉଠାଇ ସରକାରଙ୍କୁ ଘାଇଲା କରିଥିବା ବେଳେ କଂଗ୍ରେସ ଖଣି ଦୁର୍ନୀତି କଥା ଉଠାଇଛି । ରାଜ୍ୟରୁ ଖଣି ଚୋରି ହୋଇଥିବା କହି ସରକାରଙ୍କୁ ଜୋରଦାର ଆଟାକ୍ କରିଛି କଂଗ୍ରେସ ।
ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍ ସ୍ୱିପ୍ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।
ସାଂଘାତିକ ଅଭିଯୋଗ ଆସିଛି ୮ଯାଜପୁର ଜିଲ୍ଲା ବରୀ ବ୍ଲକରୁ । ଅଧ୍ୟକ୍ଷ ନିର୍ବଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି ।
ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।
ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍
ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ ।
ମୁଁ ଲୋକଙ୍କ ସହିତ ରହି କାମ କିପରି କରିବି, ତାହା ମୋର ପ୍ରାଥମିକତା ହେବ।
ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି ।