• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ଫୋକସ୍‌ରେ ଓଡ଼ିଶା । କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ନୂଆ ପ୍ରଭାରୀ ସୁନୀଲ ବଂଶଲ ଆସି ଦଳକୁ ମଜଭୁତ କରିବାର ଗୁରୁମନ୍ତ୍ର ଦେଇଥିବା ବେଳେ ୨ ଦିନ ଭିତରେ ଓଡ଼ିଶା ;ସୁଛନ୍ତି ୭ କେନ୍ଦ୍ରମନ୍ତ୍ରୀ । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । 

ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳୀୟ ସଂଗଠନର ସମୀକ୍ଷା କରିବାର ଥିବା ବେଳେ ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ସେଠାରେ ଦଳୀୟ କର୍ମୀଙ୍କୁ ଭେଟିବେ ।  ସେହିପରି କଟକରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ ସଂଗଠନର ସମୀକ୍ଷା କରିବେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ମଧ୍ୟ ଭୁବନେଶ୍ୱର ଆସୁଛନ୍ତି । ଭୂପେନ୍ଦ୍ର ଯାଦବ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଆସନ୍ତାକାଲି କେନ୍ଦ୍ରାପଡ଼ା ଯାଇ ଦଳୀୟ ସଂଗଠନ କଥା ବୁଝିବେ ନିଶିଥ ପାରମାଣିକ ।

ସେହିପରି ଭୁବନେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନ ସଂଗଠନର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏକାଥରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତରୁ ଜଣାପଡୁଛି ବିଜେପି ଓଡ଼ିଶାକୁ କେତେ ଗୁରୁତ୍ୱ ଦେଉଛି ।

ତେବେ କିଛିଦିନ ଧରି ଏକ ପ୍ରକାର ସ୍ଥାଣୁ ଥିବା ରାଜ୍ୟ ରାଜନୀତି ଅଚାନକ୍ ଚଳଚଂଚଳ ହୋଇପଡ଼ିଛି । ୨୪ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ଷ୍ଟ୍ରାଟେଜି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ରାଜଧାନୀରେ ବିଜେଡିର ପାଓ୍ୱାର୍ ସୋ ପରେ ଏବେ ନବୀନଙ୍କ ୨୫ ବର୍ଷର ସେବା ଓ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନଙ୍କ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ ।

ସେପଟେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସମୀକ୍ଷା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନକ୍ସାକୁ ଅପେକ୍ଷା କରିଛି ଦଳ । ତେଣେ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।

ସେପଟେ ବିଜେପି ବି ପଛରେ ନାହିଁ । ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ୱର ଆସି ଦୁଇଦିନ ଧରି ସମୀକ୍ଷା କରିବା ପରେ ଅନେକ ଟାସ୍କ ଦେଇଛନ୍ତି । ମୁଖ୍ୟତଃ ବୁଥ୍ ମଜଭୁତ କରିବା ଉପରେ ରହିଛି ବଂଶଲଙ୍କ ଫୋକସ୍ । ଆସନ୍ତା ୧୩ରୁ ପୁରୀରେ ଦଳୀୟ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏଥିରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷଙ୍କ ସମେତ କେନ୍ଦ୍ରୀୟ ନେତାମାନେ ଯୋଗ ଦେବେ । ତାଛଡ଼ା ୨୯ ଓ ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ ।