• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗଦେବା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ୍ ଏକ୍ସଚେଂଜର ବେଲ୍ ବଜାଇଛନ୍ତି । ବିଏସ୍ଇ ଅଧ୍ୟକ୍ଷ ଏସ୍.ଏସ୍. ମୁନ୍ଦ୍ରାଙ୍କ ଉପସ୍ଥିତିରେ ଦିନ ଠିକ୍ ୧୧ଟାରେ ବିଏସ୍ଇ ବେଲ୍ ବଜାଇଥିଲେ ନବୀନ । ବମ୍ବେ ଷ୍ଟକ୍ ଏକ୍ସଚେଂଜର ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ଓଡ଼ିଆ। ଏଥିପାଇଁ ବିଏସ୍ଇ ପକ୍ଷରୁ ନବୀନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଟ୍ୱିଟ୍ କରି ଜୟନାରାୟଣ ପ୍ରଶ୍ନ କହିିଛନ୍ତି, ପୂର୍ବରୁ ଯେଉଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହୋଇଛି, ସେଥିରୁ ଯାହା ସବୁ ପ୍ରତିଶ୍ରୁତି ମିଳିଥିଲା ସେହି ପ୍ରତିଶ୍ରୁତିର ବିଶ୍ଲେଷଣ ରାଜ୍ୟ ସରକାର କରିଛନ୍ତି କି ? ପ୍ରେସବାର୍ତ୍ତା ଜରିଆରେ ମିଛ ଲେଖି ଓଡିଶାବାସୀଙ୍କୁ ଭକୁଆ ବନାଯାଉଥିବା ଜୟନାରାୟଣ ଟ୍ୱିଟ୍ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର ଦୁଇ ଶହ, ତିନି ଶହ ଏମଓୟୁ କରିଛନ୍ତି, ସେସବୁ କୁଆଡେ ଗଲା ।