Special story
କିଛିଦିନ ଧରି ଏକ ପ୍ରକାର ସ୍ଥାଣୁ ଥିବା ରାଜ୍ୟ ରାଜନୀତି ଅଚାନକ୍ ଚଳଚଂଚଳ ହୋଇପଡ଼ିଛି । ୨୪ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ଷ୍ଟ୍ରାଟେଜି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ରାଜଧାନୀରେ ବିଜେଡିର ପାଓ୍ୱାର୍ ସୋ ପରେ ଏବେ ନବୀନଙ୍କ ୨୫ ବର୍ଷର ସେବା ଓ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନଙ୍କ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ । ସେପଟେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସମୀକ୍ଷା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନକ୍ସାକୁ ଅପେକ୍ଷା କରିଛି ଦଳ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)