• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବଡ଼ ଘୋଟାଲା ହୋଇଥିବା କହି ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବନ୍ୟା ଅଞ୍ଚଳ ବୁଲିବା ପରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଫଟୋ ଦେଖାଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ।

ବନ୍ୟା ଓ ଲଗାଣ ବର୍ଷା ସମୟରେ ମୟୁରଭଞ୍ଜ ଜିଲ୍ଲାରେ ମାଟି ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେବି ସରକାର ଯୋଗ୍ୟ ଲୋକଙ୍କୁ ପକ୍କା ଘର ଯୋଗାଇ ନାହାନ୍ତି । ଯେଉଁ ସ୍ଥାନରେ ପକ୍କା ଘର ମିଳିଛି ସେଠି ବିଜୁ ପକ୍କା ଘରର ଲୋଗୋ ଲାଗିଛି । ତଳେ କାଳୀ ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁ ଲେଖାଯାଇଛି । କେବେ କେବେ ଘର ମିଳିଲା କେବେ ର୍ନିମାଣ ସରିଲା ତାହାର ତଥ୍ୟ ଲେଖା ଯାଇନାହିଁ ।

ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ହୋଇନାହିଁ, ମାତ୍ର ଲଗାଣ ବର୍ଷାରେ ଜିରୋ କାଜୁଆଲିଟିର ସତ ସାମ୍ନାକୁ ଆସିଛି । ଜିରୋ କାଜୁଆଳିଟି କାହିଁକି ତୃଣମୂଳ ସ୍ତରରେ ପାଳନ ହେଲାନାହିଁ ବୋଲି ପଚାରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ପ୍ରଶ୍ନ ମହାନ୍ତି । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ରାଜ୍ୟବାସୀଙ୍କ ନିକଟରେ ଉତ୍ତରଦାୟୀ କରି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।