ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି ।
ଏହି ଘଟଣାର ତଦନ୍ତ ପାଇଁ ପୋଲିସ ନିକଟରେ ମୟଙ୍କ ଅଗ୍ରୱାଲ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ଏକ ଅଭିଯୋଗ କରିଛନ୍ତି। ମୟଙ୍କଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି।
ପୁଅ ଏବେ ଟିମ୍ ଇଣ୍ତିଆର ଜଣେ ଷ୍ଟାର ତାରକା। ଛକା ମାରି ମ୍ୟାଚ୍ ଜିତାଇବାରେ ମାହିର। ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର। ଯେଉଁ କାହାଣୀକୁ ନେଇ ଏବେବି ଥମିନି ଚର୍ଚ୍ଚା।
କ୍ରିକେଟ ଜଗତର ବେଷ୍ଟ ଅଲରାଉଣ୍ତର ତଥା ଟପ୍ ଫିଲ୍ଡର ରବିନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗ ସମସ୍ୟା ସହ ଲଢ଼େଇ କରୁଛନ୍ତି । ପ୍ରଥମ ଟେଷ୍ଟରେ ଆହତ ହେବା ପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ସିନର୍ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।
ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ।
ପ୍ରଥମେ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ୍ ଆଉ ଏବେ ବୟସ୍କ ଅଷ୍ଟ୍ରେଲିଆନ୍ ଓପନ ଡବଲ୍ସ ଚାମ୍ପିଅନ୍। ଅଷ୍ଟ୍ରେଲିୟ ଖେଳାଳି ମାଥ୍ୟୁ ଏବଡେନଙ୍କୁ ସାଥୀ କରି ବୋପନ୍ନା ବାଜି ମାରିଛନ୍ତି ଅଷ୍ଟ୍ରେଲିୟନ୍ ଓପନ।
ଚଳିତ ରଣଜୀ ସିଜନ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍ ଟିମ୍କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?
ଟସ୍ ଜିତି ଇଂଲଣ୍ତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଯୁବ ତାରକା ଯଶସ୍ୱୀ ଜୟସ୍ୱାଲ ଓ ଶିକର ଭାରତ ଟିମ୍ରେ ସ୍ଥାନ ପାଇଛନ୍ତି । ପ୍ଲେଇଂ ଇଲେଭେନରେ ୩ ସ୍ପିନର, ୨ ପେସର୍ ଅଛନ୍ତି।
ମ୍ୟାରି କମ୍ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।
କ୍ରିକ୍ବଜ୍ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ତମ ସିଜିନ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ’ ୨୬ରେ ଖେଳାଯିବ।
ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ଅଭିନେତ୍ରୀ ସନା ଜାଭେଦ୍ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍ କରୁଥିବାର ଶୁଣିବାକୁ ମିଳିଥିଲା ।
ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।
ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ୍ ସ୍ୱିପ୍ କରିଛି ଭାରତ।
ପ୍ରଗନ୍ନାନନ୍ଦ କହିଛନ୍ତି ତାଙ୍କର ବିଶ୍ୱାସ ହେଉନି ଯେ, ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥ ଆନନ୍ଦ ଏତେ ଶୀଘ୍ର ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି ।
ଆଜି ବେଙ୍ଗଲୁରୁରେ ଖେଳାଯିବ ଭାରତ- ଆଫଗାନିସ୍ଥାନ ଟି-ଟ୍ୱେଣ୍ଟି ସିରିଜର ଅନ୍ତିମ ମ୍ୟାଚ । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ ରେ ଆଗୁଆ ରହିଛି । ଟି-ଟ୍ୱେଣ୍ଟି ବିଶ୍ବକପ ପୂର୍ବରୁ ଭାରତ ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ।
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି ଭାରତର ଶିବମ୍ ଦୁବେ। ଏବେ ପ୍ରଶ୍ନ ଉଠିଛି ଯେ ଜୁନ୍ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍ରାଉଣ୍ଡର୍?
ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।
ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରଲେ ଡେଭିଡ୍ ୱାର୍ଣ୍ଣର । ବିଗ୍ ବାସ୍ ଲିଗ୍ ମ୍ୟାଚ ଖେଳିବା ଲାଗି ହେଲିକପ୍ଟରରେ ଗ୍ରାଉଣ୍ଡକୁ ପହଞ୍ଚିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ।
ବିମାନ ଭିତରେ ବହୁଛି ଗମଗମ ଝାଳ .. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଆଫ୍ରିକା କପ୍ ଅଫ୍ ନେସନ୍ସ ପାଇଁ ଆଇଭୋରୀ କୋଷ୍ଟକୁ ବିମାନରେ ଯାଇଥାଆନ୍ତେ ଗାମ୍ୱିଆ ଖେଳାଳି । କିନ୍ତୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ଘଟିଥିଲା ଅଭାବନୀୟ ଘଟଣା ।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବେନି ବିରାଟ କୋହଲି ।
ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା ।
ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।
୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?