• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଭାରତର ଜଣେ ଚର୍ଚ୍ଚିତ ଯୋଡ଼ି । ହୃଦୟ ଜିତିବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରନ୍ତି ନାହିଁ । ଇଣ୍ଟରନେଟ୍‌ରେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ସର୍ବଦା ଚର୍ଚ୍ଚା ଚାଲିଥାଏ । ନିକଟରେ ବାର୍ବାଡସ୍‌ରେ ଭାରତୀୟ ଦଳ ବିଶ୍ୱକପ୍‌ ଜିତିଛି । ଦୀର୍ଘ ୧୭ ବର୍ଷ ପରେ ଭାରତ କୌଣସି ବିଶ୍ୱକପ୍ ଟ୍ରଫି ଜିତିପାରିଛି ।

ନିକଟରେ କୋହଲିଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି । ଭିଡିଓରେ ଭାରତୀୟ କ୍ରିକେଟର ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବାର୍ବାଡସ୍‌ର ବାତ୍ୟା ଉପରେ ଅପଡେଟ୍ ଦେଉଥିବା ଦେଖିବାକୁ ମିଳିଛି । ବାର୍ବାଡସ୍‌ରେ ବାତ୍ୟା ବେରିଲର ପ୍ରଭାବ ରହିଛି । ଏହି କାରଣ ଯୋଗୁଁ ଭାରତୀୟ ଦଳର ସ୍ୱଦେଶ ଫେରିବା ବିଳମ୍ବ ହୋଇଛି ।

 
 
 
 
 
 
 
 
 
 
 
 
 
 
 

A post shared by Virat Kohli Fan Page (@wrognxvirat)

ବାତ୍ୟା କାରଣରୁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଛି । ସମୁଦ୍ର ଅଶାନ୍ତ ରହିଛି । ଫଳରେ ଭାରତୀୟ ଦଳକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବିସିସିଆଇ ସ୍ୱଦେଶ ଫେରାଇ ଆଣୁଛି । ତେବେ ଏହା ପୂର୍ବରୁ କୋହଲି ଭିଡିଓ କଲ୍ ମାଧ୍ୟମରେ ବାର୍ବାଡସ୍‌ର ଅଶାନ୍ତ ପାଗ ଦେଖାଉଥିବା ଦେଖିବାକୁ ମିଳିଛି ।

ନିକଟରେ ସୋସିଆଲ ମିଡିଆ ଆପ୍ ଇନ୍‌ଷ୍ଟାଗ୍ରାମରେ କୋହଲି ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟରେ ନିଜର ଟି-୨୦ ବିଶ୍ୱକପ୍ ବିଜୟକୁ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଉତ୍ସର୍ଗ କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ସେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, "ତୁମ ବିନା ଏହା କେବେ ମଧ୍ୟ ସମ୍ଭବପର ହୋଇନଥାଆନ୍ତା । ତୁମେ ମୋତେ ନମ୍ର କରିଛି । ତୁମ ପାଖେ ମୁଁ କୃତଜ୍ଞ । ଏହି ବିଜୟ ଯେତିକି ମୋର ସେତିକି ତୁମର ମଧ୍ୟ ।"

ସେହିପରି ଭାରତ ବିଶ୍ୱକପ ଜିତିବା ପରେ ଅନୁଷ୍କା ଶର୍ମା ମଧ୍ୟ କୋହଲିଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବିଶ୍ୱକପ ଟ୍ରଫି ସହିତ ବିରାଟଙ୍କ ଫଟୋ ରଖି ସେ ଲେଖିଥିଲେ, ପାଣି ଗ୍ଲାସ୍ ସହ ଏହି ବିଜୟ ଉତ୍ସବ ପାଳନ କର । ସୂଚନାଯୋଗ୍ୟ, ଗତ ୨୦୧୭ ଡିସେମ୍ବର ୧୧ ତାରିଖରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବିବାହ କରିଥିଲେ । ବର୍ତ୍ତମାନ ସେମାନଙ୍କର ବାମିକା ଓ ଅକାୟ ନାମରେ ଦୁଇ ସନ୍ତାନ ରହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now