/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719758465.jpg)
SKY on Virat and rohit
ଶନିବାର ବାର୍ବଡାସରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ଭାରତ ହାତେଇଛି ଟି-୨୦ ବିଶ୍ୱକପ୍ ଟ୍ରଫି । ମହେନ୍ଦ୍ର ସିଂ ଧୋନୀଙ୍କ ପରେ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇଛି ଏହି ସଫଳତା । ଶନିବାର ବିଳମ୍ବିତ ରାତିରେ ଭାରତ ବିଶ୍ୱ ବିଜୟୀ ହେବା ପରେ ସାରା ଦେଶ ବିଜୟ ଉତ୍ସବ ପାଳନ କରୁଥିଲା । କିନ୍ତୁ ଏହି ସମୟରେ ବିରାଟ ଓ ରୋହିତ ଆଶ୍ଚର୍ଯ୍ୟଜନକ ଭାବେ ବଡ଼ ଘୋଷଣା କରିଥିଲେ । ମଡର୍ଣ୍ଣ ଡେ’ କ୍ରିକେଟର ଏହି ଦୁଇ ମହାନ କ୍ରିକେଟର ଟି-୨୦ ଫର୍ମାଟରୁ ଅବସର ନେଇଥିଲେ । ଯେଉଁ ଖବର ପୂରା କ୍ରିକେଟ ପ୍ରେମୀଙ୍କ ପାଇଁ ଥିଲା ବଡ଼ ଝଟକା ।
ତେବେ ବିରାଟ ଓ ରୋହିତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରୁ ସନ୍ୟାସ ନେବେ ବୋଲି କେବେ ନିଷ୍ପତ୍ତି ନେଇଥିଲେ, କେବେ ଉଭୟ ଏହା ବିଷୟରେ କଥାବାର୍ତ୍ତା ହୋଇଥିଲେ ? ଦୁଇ ଲିଜେଣ୍ଡଙ୍କ ସନ୍ୟାସ ଖବର ପରେ କିପରି ଥିଲା ଡ୍ରେସିଂ ରୁମ୍ର ମାହୋଲ ? ଆପଣଙ୍କ ମନରେ ଉଠୁଥିବା ଏହି ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ।
ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ । ତେବେ ରୋହିତ ଓ ବିରାଟଙ୍କ ଅବସର ଘୋଷଣା ରୋକିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେମାନେ ଏଥିରେ ସହମତ ନଥିଲେ ।
ସୂର୍ଯ୍ୟକୁମାର ଯାଦବ ଆହୁରି କହିଛନ୍ତି, ଯେତେବେଳେ ରୋହିତ ଓ ବିରାଟ ଡଗ୍ଆଉଟ୍ ଓ ଡ୍ରେସିଂ ରୁମ୍ରେ ବସିଥିଲେ, ସେ ସମୟରେ ଆମେମାନେ କହୁଥିଲୁ କି ଆଉ ଦୁଇ ବର୍ଷ ପରେ ଭାରତରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ତେଣୁ ଏବେ ଏଭଳି ନିଷ୍ପତ୍ତି ନ ନେବାକୁ ସମସ୍ତ ଦୁଇ ଷ୍ଟାର କ୍ରିକେଟରଙ୍କୁ କହିଥିଲେ । କିନ୍ତୁ ବୋଧ ହୁଏ ଦୁହେଁ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିବାକୁ ନିଜ ମନ ସ୍ଥିର କରିସାରିଥିଲେ ବୋଲି କହିଛନ୍ତି ସୂର୍ଯ୍ୟକୁମାର ଯାଦବ । ସୂଚନା ଅନୁସାରେ କୋହଲି ତାଙ୍କର ଶେଷ ଟି -୨୦ ଅନ୍ତର୍ଜାତୀୟରେ ପ୍ଲେଆର ଅଫ୍ ଦି ମ୍ୟାଚ୍ ହୋଇଥିବାବେଳେ ରୋହିତ ଅଧିନାୟକ ଭାବେ ବିଜୟ ସହ ବିଦାୟ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)