• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତ ବିଶ୍ୱକପ୍ ଜିତିନେଇଛି । ଦୀର୍ଘ ୧୭ ବର୍ଷ ପରେ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ୱକପ୍ ଜିତିଛି । ଏହି ବିଶ୍ୱକପ୍ ସହ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଭାବରେ ରାହୁଲ ଦ୍ରାବିଡଙ୍କ ଶେଷ ମ୍ୟାଚ ଥିଲା । ବାର୍ବଡୋସରେ ଭାରତ ଯେମିତି ଲଢୁଆ ଖେଳ ଦେଖାଇଲା ଯେତେ ତାରିଫ କଲେ କମ୍ ପଡ଼ିବ ।

ଖେଳ ଶେଷ ହେବା ପରେ ପ୍ରେସମିଟ୍‌ରେ ବିରାଟ ଓ ରୋହିତ ଅବସର ଘୋଷଣା କରିଥିଲେ । ଏହାର ଠିକ୍ ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିକୁ ବାଏ ବାଏ କହିଥିଲେ ଜାଡେଜା । ଏହି ତିନି ବରିଷ୍ଠ ଖେଳାଳିଙ୍କ ସହ କୋଚ୍ ରାହୁଲଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ୱ ବିଜୟୀ ଟିମ୍‌ ଇଣ୍ଡିଆ, ବାଟ ଓଗାଳୁଛି ‘ବାରିଲ’

ତେବେ ମ୍ୟାଚ୍ ପରେ ଦ୍ରାବିଡ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । କାର୍ଯ୍ୟକାଳ ସରିଯାଇଥିବାରୁ ଉପସ୍ଥିତ ସାମ୍ବାଦିକମାନଙ୍କୁ ତାଙ୍କ ନିମନ୍ତେ ଚାକିରି ଖୋଜି ଦେବାକୁ କହିଥିଲେ । ଆସନ୍ତା ସପ୍ତାହରୁ ସେ ବେକାର ହୋଇଯାଇଛନ୍ତି । ଏଣୁ ତାଙ୍କୁ ଚାକିରିର ଆବଶ୍ୟକତା ରହିଛି । ମୋ ପାଇଁ ଗୋଟେ ଚାକିରି ଖୋଜି ଦିଅନ୍ତୁ ବୋଲି ଦ୍ରାବିଡ ଉପସ୍ଥିତ ଜନତାଙ୍କୁ କହିଥିଲେ ।

ଦ୍ରାବିଡଙ୍କର ଏପରି ଥଟ୍ଟା ତାଙ୍କୁ ଏକ ଭିନ୍ନ ଆନ୍ଦାଜ୍ ଦେଇଥିଲା । ଯେତେବେଳେ ଦ୍ରାବିଡଙ୍କୁ ପଚାରାଗଲା କି ସେ ଏହି ବିଜୟରୁ ଆଗକୁ ବଢ଼ି ଜୀବନ ଗଢ଼ି ପାରିବେ କି .. ସେତେବେଳେ ସେ ଉତ୍ତର ଦେଇଥିଲେ ଆସନ୍ତା ସପ୍ତାହରୁ ମୋ ପାଖରେ କିଛି କାମ ନାହିଁ । ଏଣୁ ମୋ ପାଇଁ ଗୋଟେ ଚାକିରିର ବ୍ୟବସ୍ଥା କରି ଦିଅନ୍ତୁ । ତାହା ହିଁ କେବଳ ପାର୍ଥକ୍ୟ ହେବ ।

ଦ୍ରାବିଡଙ୍କର ଏପରି ମଜାଦାର କଥା ଶୁଣି ଉପସ୍ଥିତ ସାମ୍ବାଦିକମାନେ ହସି ଉଠିଥିଲେ । ଏହା ସହ ସେ ପୁଣି ପ୍ରଶ୍ନ କରିଥିଲେ, କିଛି ଚାକିରି ଅଫର୍ ଅଛି କି । ଭାରତର ପୂର୍ବତନ ବ୍ୟାଟର୍ ଗୌତମ ଗମ୍ଭୀର ଆଗାମୀ ଦିନରେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ନେବାକୁ ଯାଉଛନ୍ତି । ତେବେ ଆନୁଷ୍ଠାନିକ ଭାବେ ଏନେଇ କିଛି କୁହାଯାଇନଥିଲେ ମଧ୍ୟ, କିଛି ଜାତୀୟ ଗଣମାଧ୍ୟମରେ ବାହାରିଥିବା ରିପୋର୍ଟ ଅନୁସାରେ ସେ ହିଁ ଆଗାମୀ ଦିନରେ ଭାରତୀୟ ଦଳର କୋଚ୍ ହେବେ ।

ଅଧିକ ପଢ଼ନ୍ତୁ: ବିଶ୍ବକପ୍ ବିଜୟ ଉତ୍ସବ ପାଳନ ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି IT କମ୍ପାନୀ

ଦ୍ରାବିଡଙ୍କର କାର୍ଯ୍ୟକାଳ ବଢ଼ାଇବା ବିଷୟରେ ଯେତେବେଳେ ଅଧିନାୟକ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ମନାଇବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ସେ ରାଜି ନଥିଲେ । ତେବେ ଦ୍ରାବିଡଙ୍କ ସହ କାମ କରିବାକୁ ଭଲ ପାଆନ୍ତି ବୋଲି ରୋହିତ ଶର୍ମା କହିଥିଲେ ।

୧୭ ବର୍ଷ ପରେ ଗତକାଲି ଆଉ ଥରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ତୋଳି ଧରିଥିଲା । ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି । ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଦଳ ଦିନିକିଆ ବିଶ୍ୱକପ୍ ଜିତିଥିଲା ।

ସେହିଭଳି ୨୦୦୭ରେ ଧୋନିଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ସଂସ୍କରଣର ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା । ତେବେ ପ୍ରଥମ ଥର ବିଶ୍ୱକପ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଧରିବାର ସ୍ୱପ୍ନ ଅଧୁରା ରହିଯାଇଛି । ଭାରତ ସବୁଥିରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି ।

ଅଧିକ ପଢ଼ନ୍ତୁ: ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ୱ ବିଜୟୀ ଟିମ୍‌ ଇଣ୍ଡିଆ, ବାଟ ଓଗାଳୁଛି ‘ବାରିଲ’

OTV is now on Whatsapp

Join and get latest news update delivered to you via whatsapp

Join Now