Advertisment

ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା BCCI

ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ । ପୁରସ୍କାର ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ ।

author-image
Sujit kumar Swain
Team India

Team India

ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟୀ ଭାରତୀୟ ଦଳକୁ ଘୋଷଣା ହେଲା ପୁରସ୍କାର । ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ । ପୁରସ୍କାର ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ । ତେବେ ୧୭ ବର୍ଷ ପରେ ଭାରତର ଟି-ଟ୍ବେଣ୍ଟି ୱାର୍ଲଡ କପ୍ ବିଜୟ ଆନନ୍ଦରେ ବୁଡିଛି ସାରା ଦେଶ। ଜୋରଦାର ସେଲିବ୍ରେସନ୍। ବିଶ୍ବବିଜୟୀ ଟିମକୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଚାମ୍ପିଅନଙ୍କ ଘର ବାହୁଡ଼ାକୁ ଅପେକ୍ଷା ରହିଛି। 

Advertisment

ବାର୍ବଡୋସରେ ଭାରତ ଯେମିତି ଲଢୁଆ ଖେଳ ଦେଖାଇଲା ଯେତେ ତାରିଫ କରିଲେ କମ୍ ପଡ଼ିବ। ସେପଟେ ଗତକାଲି ବିରାଟ ଓ ରୋହିତଙ୍କ ପରେ ଆଜି ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିକୁ ବାଏ ବାଏ କରିଛନ୍ତି ଜାଡେଜା। 

୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ। ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ। ବିଳମ୍ବିତ ରାତି ଯାଏ ସବୁଠି ଚାଲିଥିଲା ସେଲିବ୍ରେସନ୍ ଗତ ୪ ବର୍ଷରେ ତିନି ତିନିଟି ଆଇସିସି ବିଶ୍ବକପ୍ ଫାଇନାଲ୍ ଖେଳିଥିଲେ ବି ଜିତି ପାରି ନ ଥିଲା ଭାରତୀୟ ଟିମ୍। ଏଥର ଆଉ ଫେଲ୍ ମାରି ନ ଥିଲେ ରୋହିତ୍ ଆଣ୍ଡ କୋ । ପୂରା ହୋଇଛି ଅପରାଜେୟ ଭାରତର ବିଶ୍ବକପ୍ ଦଖଲ ମିଶନ୍। କାମ ଦେଲା କ୍ୟାପଟେନ୍ ରୋହିତଙ୍କ ରଣନୀତି। ଶେଷ ୫ ଓଭରରେ ଚାପକୁ ନିୟନ୍ତ୍ରଣ କରି ଖେଳ ମୋଡ଼ ବଦଳାଇଦେଲେ ମେନ୍ ଇନ୍ ବ୍ଲୁ। ଠିକଣା ସମୟରେ କାଉଣ୍ଟର ଆଟାକ୍, ମାପଚୁପ ବୋଲିଂ। 

Advertisment

ଦକ୍ଷିଣ ଆଫ୍ରିକା ହାତରୁ ବିଜୟକୁ ଛଡ଼ାଇ ଆଣିଲେ ରୋହିତ୍ ବ୍ରିଗେଡ୍ । ଟର୍ଣ୍ଣିଂ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଚିତାକର୍ଷକ କ୍ୟାଚ୍। ବାଉଣ୍ଡ୍ରି ଲାଇନ ବାହାରୁ ଡେଭିଡ୍ ମିଲରଙ୍କ ଅସମ୍ଭବ କ୍ୟାଚ ନେଇ ବିଜୟ ରାସ୍ତା ପରିସ୍କାର କରିଥିଲେ। ଶେଷ ତିନି ଓଭରରେ ବୁମରା, ଅର୍ଶଦୀପ ଓ ହାର୍ଦ୍ଦିକଙ୍କ କଞ୍ଜୁସି ବୋଲିଂ ଯୋଗୁଁ ଦଳ ଦ୍ବିତୀୟ ଥର ଲାଗି ହାସଲ କରିଛି ଟିଟ୍ବେଣ୍ଟି ବିଶ୍ବକପ୍ ଟ୍ରଫି। ଏଥିସହ ନିଜ ନାଁରେ କରିଛି ୪ଟି ବିଶ୍ବକପ୍। ୧୯୮୩, ୨୦୦୭ ଓ ୨୦୧୧ରେ ୱାନ୍ ଡେ ୱାର୍ଲଡ୍ କପ୍ ଜିତିଥିଲା। ପ୍ରଥମ ଟିମ୍ ଭାବରେ ଅପରାଜେୟ ରହି ଟି-ଟ୍ବେଣ୍ଟି ବିଶ୍ବକପ ଜିତିଛି ଭାରତ।

Team India BCCI
Advertisment
Advertisment