• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତିନି ଦିନ ବିଳମ୍ବ ପରେ ଭାରତୀୟ କ୍ରିକେଟ୍ ଦଳର ଶେଷରେ ଘର ବାହୁଡ଼ା ହୋଇଛି । ବାତ୍ୟା ପ୍ରଭାବିତ ବାର୍ବାଡସ୍‌ରୁ ବାହାରି ଆଜି ସକାଳେ ଭାରତୀୟ ଦଳ ନୂଆଦିଲ୍ଲୀରେ ପହଞ୍ଚିଛି । ଗୁରୁବାର ଦିନ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଘର ଫେରିବାରେ ସଫଳ ହୋଇଛି ।

ବାର୍ବାଡସ୍‌ରୁ ନୂଆଦିଲ୍ଲୀରେ ପହଞ୍ଚିବା ପାଇଁ ଦଳକୁ ୧୬ ଘଣ୍ଟା ସମୟ ଲାଗିଥିଲା । ବିମାନଟି ଆଜି ସକାଳ ୬ଟାରେ ଅବତରଣ କରିଥିଲା ।​ ରୋହିତ ଶର୍ମାଙ୍କ ସହ ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଦିଲ୍ଲୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲକୁ ନିଆଯାଇଥିଲା । ତେବେ ଏସବୁ ମଧ୍ୟ ବିସିସିଆଇ ଟ୍ରଫି ଘରକୁ ନେଇ ଫେରିବାର ଖୁସିକୁ ଭିଡିଓ ଆକାରରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ତେଲ୍‌ରେ ସେୟାର୍ କରିଛି।

ଅଧିକ ପଢ଼ନ୍ତୁ: ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ଗତ ସପ୍ତାହରେ ବ୍ରିଜଟାଉନ ହୋଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିଥିଲା ଟିମ୍ ଇଣ୍ତିଆ । ବିଜୟୀ ଦଳକୁ ସ୍ୱାଗତ କରିବା ପାଇଁ ଶହ ଶହ ସମର୍ଥକ ଜାତୀୟ ପତାକା ଧରି ଏୟାରପୋର୍ଟ ବାହାରେ ଅପେକ୍ଷା କରିଥିଲେ । ଗତ ୧୩ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା ଥିଲା । ଭାରତୀୟ ଦଳ ବିଶ୍ୱକପ ଜିତିବା ଆମକୁ ମଧ୍ୟ ଗର୍ବିତ କରିଛି ବୋଲି ଭୋର୍ ୪:୩୦ଠାରୁ ଅପେକ୍ଷା କରିଥିବା ଜଣେ ପ୍ରଶଂସକ କହିଛନ୍ତି । ଶେଷ ଥର ଗତ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ କପ୍ ଜିତିଥିଲା ।

ଅଧିକ ପଢ଼ନ୍ତୁ: ଅନୁଷ୍କାଙ୍କୁ ବାର୍ବାଡସ୍‌ର ବାତ୍ୟା ଦେଖାଇଲେ ବିରାଟ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ

ତେବେ ବାର୍ବାଡସ୍‌ରେ ବତ୍ୟା ପାଇଁ ଭାରତୀୟ ଦଳର ଘର ବାହୁଡ଼ାରେ ବିଳମ୍ବ ହୋଇଥିଲା । ଏଥିପାଇଁ ବିସିସିଆଇ ନିଜର ସ୍ୱତନ୍ତ୍ର ଚାର୍ଟର ବିମାନ ପଠାଇଥିଲା । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଚାର୍ଟର୍ ଫ୍ଲାଇଟ୍ AIC24WC ବାର୍ବାଡସ୍‌ରୁ ଖେଳାଳିଙ୍କୁ ଧରି ଫେରିଥିଲା । ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳାଳିଙ୍କୁ ଦେଖିବା ପାଇଁ ରାତିରୁ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଭାରତୀୟ ଖେଳାଳିମାନେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ସନ୍ଧ୍ୟାରେ ମୁମ୍ବାଇ ମେରାଇନ୍ ଡ୍ରାଇଭ୍‌ରେ ବିଜୟ ସେଲିବ୍ରେସନ୍‌ରେ ଅଂଶ ଗ୍ରହଣ କରିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now