• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଖୁବଶୀଘ୍ର ଭାରତରେ ପହଞ୍ଚିବେ ବିଶ୍ୱ ବିଜୟୀ ଟିମ୍‌ । ବାର୍ବଡୋସ୍‌ରେ ଟି-୨୦ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍ ଜିତିଛି ଟିମ୍‌ ଇଣ୍ଡିଆ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଛି ଭାରତ । ତେବେ ଟ୍ରଫି ଜିତିବା ପରେ ଭାରତ ଫେରିପାରିନି ଟିମ୍‌ । ସାମୁଦ୍ରିକ ଝଡ଼ ବେରଲ୍‌ ପାଇଁ ବାର୍ବାଡୋସରେ ହିଁ ଫସିଛି ବିଶ୍ୱ ବିଜୟୀ ଦଳ। ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଏବଂ ବଡ଼ ଖବର । ଟି-୨୦ ବିଶ୍ୱକପ୍‌ ଟ୍ରଫି ସହ ଟିମ୍‌ ଇଣ୍ଡିଆ କେବେ ଭାରତରେ ପହଞ୍ଚିବ ସେନେଇ ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସାମୁଦ୍ରିକ ବାତ୍ୟା ଯୋଗୁଁ ଭାରତୀୟ ଦଳ ଠିକ୍‌ ସମୟରେ ବାର୍ବଡୋସ୍‌ରୁ ବାହାରି ପାରିନଥିଲା । ତେବେ ବର୍ତ୍ତମାନ ଭାରତୀୟ ଦଳକୁ ସେଠାରୁ ଆଣିବା ପାଇଁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାର୍ବଡୋସର ସ୍ଥାନୀୟ ସମୟ ଅନୁଯାୟୀ ଟିମ୍ ଇଣ୍ଡିଆ ମଙ୍ଗଳବାର ଦିନ ସନ୍ଧ୍ୟା ୬ଟାରେ ବିସିସିଆଇର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଭିମୁଖେ ଯାତ୍ରା କରିବ । ଏହି ରିପୋର୍ଟରେ ଆହୁରି କୁହାଯାଇଛି କି ଚାମ୍ପିଅନ୍ ଟିମ୍ ଇଣ୍ଡିଆ ବୁଧବାର ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଦିଲ୍ଲୀରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ: ରାହୁଲ୍ କହିଲେ, ମୁଁ ଏବେ ବେକାର...ମୋ ପାଇଁ ଚାକିରି ଖୋଜିଦିଅ, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ...

ଏହାପୂର୍ବରୁ ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଥିଲେ ଯେ ସେ ଟିମ୍ ଇଣ୍ଡିଆ ସହିତ ଭାରତ ଫେରିବେ । ଏବେ ବିସିସିଆଇର ସମସ୍ତ ଉଦ୍ୟମ ପରେ ଟିମ୍ ଇଣ୍ଡିଆକୁ ଭାରତ ଫେରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ ଗତ ଜୁନ୍‌ ୨୯ରେ ବାର୍ବଡୋସରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟି଼-୨୦ ବିଶ୍ୱକପ୍‌ ଟ୍ରାଫି ହାତେଇଥିଲା । ୨୦୦୭ ପରେ ଭାରତ ଏହି ଟାଇଟଲ୍‌ ନିଜ ନାମରେ କରିଥିଲା । ଭାରତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ପ୍ରଥମ ଟି-୨୦ ବିଶ୍ୱକପ୍‌ ଜିତିଥିଲା । ଆଉ ଏବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦ୍ୱିତୀୟ ଟ୍ରଫି ହାତେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now