• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗତକାଲି ବାର୍ବଡାସରେ ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଛି ଟିମ୍‌ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଜିତିଛି ଭାରତ । କପିଲ ଦେବ, ଏମ୍‌‌‌‌‌‌‌ ଏସ୍‌‌ ଧୋନିଙ୍କ ପରେ ଏବେ ରୋହିତ ଶର୍ମା ଏହି ତାଲିକାରେ ସାମିଲ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିଛି । ତେବେ ଏହି ବିଜୟ ପରେ ଟି-୨୦ ଫର୍ମାଟରେ ଭାରତକୁ ଲାଗିଛି ବଡ଼ ଝଟକା। ଗତକାଲି ଟି-୨୦ ଫର୍ମାଟରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଆଜି ରବୀନ୍ଦ୍ର ଜାଡେଜା ଅବସର ଘୋଷଣା କରିଛନ୍ତି । 

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟି-୨୦ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଅବସର ନେଇ ଜାଡେଜା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ରବୀନ୍ଦ୍ର ଜାଡେଜା ୧୦ ଫେବ୍ରୁଆରୀ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ଟି-୨୦ ଫର୍ମାଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳିଛନ୍ତି । ୭୪ଟି ମ୍ୟାଚ୍‌ ଖେଳି ଜାଡେଜା ୫୧୫ ରନ୍‌ କରିବା ସହ ୫୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଟି-୨୦ ବିଶ୍ୱକପ୍ ବିଜୟ ସହ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ ରନ୍‌ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା । ଭାରତ ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଉଭୟ ବଡ଼ ଘୋଷଣା କରିଛନ୍ତି । ଯାହାକି ତାଙ୍କର କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି ।

ନିଜର ଶେଷ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ କୋହଲି । ଏଥିସହ ମ୍ୟାଚ ବିଜୟ ପଛରେ ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ । ବିରାଟ କହିଛନ୍ତି ଯେ ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍ । ଏବେ ସମୟ ଆସିଛି ନୂଆ ପିଢିକୁ ଆଗକୁ ଯିବାର ।

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ ବିରାଟ କୋହଲି । ଶେଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଅବସର ଘୋଷଣା କରିଛନ୍ତି । ସେହିଭଳି ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ କ୍ୟାରିୟର ଆରମ୍ଭ କରିଥିଲେ । ଉଭୟ କ୍ରିକେଟରଙ୍କ ଏଭଳି ଘୋଷଣା ପରେ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ସେମାନଙ୍କ ଭଳି ଖେଳାଳିଙ୍କ ସ୍ଥାନ ପୂରଣ ପାଇଁ ଆମ ପାଇଁ କଷ୍ଟ ହେବ । ଆମ ମାନଙ୍କ ପାଇଁ ଏକ ବିରାଟ କ୍ଷତି । ଆଶା କରୁଛୁ କିଛି ଭଲ ଖେଳାଳି ଟିମ୍‌କୁ ଆସିବେ । ସେପଟେ ଦୀର୍ଘ ୧୧ ବର୍ଷ ପରେ ଭାରତ ପୁଣି ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now