• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟାଇଟଲ୍‌ ଜିତିବାରେ ସଫଳ ହୋଇଛନ୍ତି । ତେବେ ବିଶ୍ୱକପ୍‌ ଜିତିବା ପରେ ଟି-୨୦ ଅନ୍ତର୍ଜାତୀୟରୁ ସନ୍ୟାସ ଘୋଷଣା କରିଛନ୍ତି ରୋହିତ ଶର୍ମା । ରୋହିତଙ୍କ ସହ ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି।

ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍‌ ଇଣ୍ଡିଆର ମଙ୍ଗ ? ତେବେ ଆସନ୍ତୁ ଜାଣିବା କିଏ ହୋଇପାରେ ଟି-୨୦ରେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କ୍ୟାପଟେନ୍‌...

ଅଧିକ ପଢ଼ନ୍ତୁ: ରାହୁଲ୍ କହିଲେ, ମୁଁ ଏବେ ବେକାର...ମୋ ପାଇଁ ଚାକିରି ଖୋଜିଦିଅ, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ...

ହାର୍ଦ୍ଦିକ ପାଣ୍ଡ୍ୟା

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ଉପ-ଅଧିନାୟକ ଥିଲେ । ବର୍ତ୍ତମାନ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କ ଅବସର ପରେ ଅଧିନାୟକ ହେବା ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଶୀର୍ଷରେ ରହିଛି । ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକତ୍ୱ କରିବାର ହାର୍ଦ୍ଦିକଙ୍କର ଭଲ ଅଭିଜ୍ଞତା ମଧ୍ୟ ଅଛି।

କେବଳ ଏତିକି ନୁହେଁ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତିନୋଟି ସିଜିନ୍‌ ପାଇଁ ଆଇପିଏଲ୍ ଅଧିନାୟକତ୍ୱ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୧୬ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି । ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୦ଟିରେ ବିଜୟଲାଭ କରିଛି । ପାଣ୍ଡ୍ୟା ଟି -୨୦ ଇଣ୍ଟରନ୍ୟାସନାଲରେ ମୋଟ ୧୪୯୨ ରନ୍ ସଂଗ୍ରହ କରିଛନ୍ତି । ସେ ୧୦୦ଟି ମ୍ୟାଚ ଖେଳି ୮୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବ

ଭାରତର ପରବର୍ତ୍ତୀ ଟି -20 ଅଧିନାୟକ ଭାବରେ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି। ଟି -20 ଆନ୍ତର୍ଜାତୀୟ କ୍ରିକେଟରେ ସୂର୍ଯ୍ୟକୁମାର ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିସାରିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିସାରିଛି। ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଭାରତ ୭ଟି ମ୍ୟାଚ୍‌ ଖେଳିଥିବାବେଳେ ୫ଟିରେ ବିଜୟଲାଭ କରିଛି।

ଅଧିକ ପଢ଼ନ୍ତୁ: ‘ଆଗାମୀ ବିଶ୍ୱକପ୍‌ ଭାରତରେ ଅଛି, ଆଉ ଦୁଇ ବର୍ଷ ରହିଯାଅ...’

ଋଷଭ ପନ୍ତ

ଟି ୨୦ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ଭାବରେ ଋଷଭ ପନ୍ତଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ୨୦୨୨ ଡିସେମ୍ବରରେ ଏକ ସଡ଼କ ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ । ଏଥିପାଇଁ ସେ ପ୍ରାୟ ୧୬ ମାସ କ୍ରିକେଟ୍‌ଠାରୁ ଦୂରରେ ଥିଲେ । କିନ୍ତୁ ଚଳିତ ଆଇପିଏଲରେ ପନ୍ତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବା ସହ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଟିମ୍ ଇଣ୍ଡିଆ ପନ୍ତଙ୍କ ଅଧିନାୟକତ୍ୱରେ ୫ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି । ସେହିପରି ଆଇପିଏଲରେ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଯଶପ୍ରୀତ ବୁମ୍ରା

ରୋହିତ ଶର୍ମାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ଭାବରେ ଯଶପ୍ରୀତ ବୁମ୍ରାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବୁମରା ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ରେ ଭାରତ ପାଇଁ ଅଧିନାୟକତ୍ୱ କରିଛନ୍ତି । ଏହି ଦୁଇଟି ମ୍ୟାଚରେ ଭାରତ ଜିତିଛି । ବୁମ୍ରା ଏପର୍ଯ୍ୟନ୍ତ ୭୦ଟି ମ୍ୟାଚରେ ଜସପ୍ରୀତ ବୁମ୍ରା ତାଙ୍କ ନାମରେ ୮୯ ୱିକେଟ୍ ନେଇଛନ୍ତି । ରୋହିତ, କୋହଲି ଏବଂ ଜାଡେଜାଙ୍କ ଅବସର ପରେ ଜସପ୍ରୀତ ବୁମ୍ରା ହେଉଛନ୍ତି ସବୁଠାରୁ ବରିଷ୍ଠ ଖେଳାଳି । ତେଣୁ ରୋହିତଙ୍କ ପରେ ବିସିସିଆଇ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now