Advertisment

ସ୍ୱାଗତମ୍‌ ବିଶ୍ୱବିଜେତା; ବିଜୟ ପରେଡ୍‌, ମୁମ୍ବାଇ ଜନସମୁଦ୍ର

ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Team India Victory Parade In Mumbai

Team India

ମୁମ୍ବାଇ ମରିନ୍ ଡ୍ରାଇଭରୁ ୱାଙ୍ଖଡେ ଷ୍ଟାଡିୟମ୍। ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍। ବିଶ୍ୱକପ୍ ଟ୍ରଫି ସହ ବିଶ୍ୱବିଜୟୀ ଟିମ୍ ମନାଉଛି ବିଜୟ ଉତ୍ସବ। ଆଉ, ଭାରତୀୟ କ୍ରିକେଟ୍ ଟିମର ଏହି ଗ୍ରାଣ୍ଡ ୱିନିଂ ସେଲିବ୍ରେସନରେ ସାମିଲ ହୋଇଛି ସାରା ମୁମ୍ବାଇ। ଆଖପାଖ ରାଜ୍ୟରୁ ବି ଲୋକ ପହଁଚିଛନ୍ତି। ରାସ୍ତାକୁ ଓହ୍ଲାଇ ଆସିଛନ୍ତି ପିଲାଠୁ ବୁଢା। ସମସ୍ତଙ୍କୁ ଚଢିଛି କ୍ରିକେଟ୍ ଫିଭର। ସମୁଦ୍ର କୂଳ, ରାସ୍ତା ଘାଟ ସବୁ ଜାମ୍।

Advertisment

ଟିମ୍ ଇଣ୍ଡିଆଙ୍କୁ ସ୍ୱାଗତ ଜଣାଇବାକୁ ସୀମାହୀନ ଉତ୍ସାହ। ସାରା ମୁମ୍ବାଇ ଯେମିତି ଛୁଟି ଆସିଛି ମରିନ୍ ଡ୍ରାଇଭକୁ। ଟିମ୍ ଇଣ୍ଡିଆର ୧୩ ବର୍ଷ ପରେ ବିଶ୍ୱକପ୍ ଏବଂ ୧୭ ବର୍ଷ ପରେ ଟିଟ୍ୱେଣ୍ଟି ବିଶ୍ୱକପ୍ ବିଜୟର ଚାଲିଛି ଜୋରଦାର ସେଲିବ୍ରେସନ୍। ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ମୁମ୍ବାଇ ବିମାନ ବନ୍ଦରରେ ପହଁଚିଥିଲା ଟିମ୍ ଇଣ୍ଡିଆ। ଏହାପରେ ଆରମ୍ଭ ହୋଇଛି ବିଜୟ ଉତ୍ସବ।

ଅଧିକ ପଢ଼ନ୍ତୁ: ଖୁସି ଅଲଗା ପ୍ରକାର; ଢ଼ୋଲର ତାଳେ ତାଳେ ନାଚିଲେ ରୋହିତ୍ ଶର୍ମା, ଦେଖନ୍ତୁ ଭିଡିଓ

Advertisment

ତିନି ଦିନ ବିଳମ୍ବ ପରେ ଭାରତୀୟ କ୍ରିକେଟ୍ ଦଳର ଶେଷରେ ଘର ବାହୁଡ଼ା ହୋଇଛି। ବାତ୍ୟା ପ୍ରଭାବିତ ବାର୍ବାଡସ୍‌ରୁ ବାହାରି ଆଜି ସକାଳେ ଭାରତୀୟ ଦଳ ନୂଆଦିଲ୍ଲୀରେ ପହଞ୍ଚିଛି। ଗୁରୁବାର ଦିନ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଘର ଫେରିବାରେ ସଫଳ ହୋଇଛି।

ବାର୍ବାଡସ୍‌ରୁ ନୂଆଦିଲ୍ଲୀରେ ପହଞ୍ଚିବା ପାଇଁ ଦଳକୁ ୧୬ ଘଣ୍ଟା ସମୟ ଲାଗିଥିଲା। ବିମାନଟି ଆଜି ସକାଳ ୬ଟାରେ ଅବତରଣ କରିଥିଲା।​ ରୋହିତ ଶର୍ମାଙ୍କ ସହ ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଦିଲ୍ଲୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲକୁ ନିଆଯାଇଥିଲା। ତେବେ ଏସବୁ ମଧ୍ୟ ବିସିସିଆଇ ଟ୍ରଫି ଘରକୁ ନେଇ ଫେରିବାର ଖୁସିକୁ ଭିଡିଓ ଆକାରରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ତେଲ୍‌ରେ ସେୟାର୍ କରିଛି।

ବାର୍ବାଡସରେ ଟି-୨୦ ବିଶ୍ୱକପ ଜିତିବା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରିଛି। ସକାଳ ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

ବିଶ୍ୱକପ ଓ ଭାରତୀୟ ଟିମ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ସମସ୍ତେ ଗୋଟିଏ ଫଟୋ ଉଠାଇଛନ୍ତି। ତେବେ ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ଚକିତ କରିଛି। ଗତ ସପ୍ତାହରେ ବ୍ରିଜଟାଉନ ହୋଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିଥିଲା ଟିମ୍ ଇଣ୍ତିଆ। ବିଜୟୀ ଦଳକୁ ସ୍ୱାଗତ କରିବା ପାଇଁ ଶହ ଶହ ସମର୍ଥକ ଜାତୀୟ ପତାକା ଧରି ଏୟାରପୋର୍ଟ ବାହାରେ ଅପେକ୍ଷା କରିଥିଲେ। ଗତ ୧୩ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା ଥିଲା। ଭାରତୀୟ ଦଳ ବିଶ୍ୱକପ ଜିତିବା ଆମକୁ ମଧ୍ୟ ଗର୍ବିତ କରିଛି ବୋଲି ଭୋର୍ ୪:୩୦ଠାରୁ ଅପେକ୍ଷା କରିଥିବା ଜଣେ ପ୍ରଶଂସକ କହିଛନ୍ତି। ଶେଷ ଥର ଗତ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ କପ୍ ଜିତିଥିଲା।

ତେବେ ବାର୍ବାଡସ୍‌ରେ ବତ୍ୟା ପାଇଁ ଭାରତୀୟ ଦଳର ଘର ବାହୁଡ଼ାରେ ବିଳମ୍ବ ହୋଇଥିଲା। ଏଥିପାଇଁ ବିସିସିଆଇ ନିଜର ସ୍ୱତନ୍ତ୍ର ଚାର୍ଟର ବିମାନ ପଠାଇଥିଲା। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଚାର୍ଟର୍ ଫ୍ଲାଇଟ୍ AIC24WC ବାର୍ବାଡସ୍‌ରୁ ଖେଳାଳିଙ୍କୁ ଧରି ଫେରିଥିଲା। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳାଳିଙ୍କୁ ଦେଖିବା ପାଇଁ ରାତିରୁ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

Team India T20 World Cup
Advertisment
Advertisment