Advertisment

ଗଛ ଡାଳରୁ ଓହଳି ଟିମ୍‌ ଇଣ୍ତିଆକୁ ଚିୟର୍ସ କଲେ..କହିଲେ..ପ୍ଲିଜ୍‌ ଗୋଟେ ଫଟୋ..

ଗତକାଲି ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷାଧିକ କ୍ରିକେଟ୍ ଫ୍ୟାନଙ୍କ ଭିଡ଼ ଜମିଥିଲା। ଷ୍ଟାଡିୟମରେ ଖେଳାଳୀଙ୍କୁ ସମ୍ବର୍ଦ୍ଧନା, ପୁରସ୍କାର ବିତରଣ ପରେ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତୀୟ ଟିମ୍।

author-image
Manoranjan Behera
ଅଦ୍ୟତନ ହୋଇଛି
Fan Climbs On Tree To Watch Team India Bus Parade

Cricket Fans

ଜୋସ୍, ଜୁନୁନ୍ ଆଉ ଜଜୱା। ବିଶ୍ୱବିଜୟୀ ଟିମ୍‌କୁ ସ୍ୱାଗତ କରିବାକୁ ସକାଳୁ ରାତି ଯାଏଁ ଗତକାଲି ମୁମ୍ବାଇରେ ଲାଗିଥିଲା ଭିଡ଼। ମୁମ୍ବାଇ ମେରାଇନ ଡ୍ରାଇଭରୁ ୱାଙ୍ଖଡେ ଷ୍ଟାଡିୟମ୍ ଯାଏଁ ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍ ଚାଲିଥିଲା। ଆଉ ଭାରତୀୟ କ୍ରିକେଟ୍ ଟିମର ଏହି ଗ୍ରାଣ୍ଡ ୱିନିଂ ସେଲିବ୍ରେସନରେ ସାମିଲ ହୋଇଥିଲା ସାରା ଦେଶ। ମୁମ୍ବାଇକୁ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏକାଠି ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ସ୍ୱାଗତମ୍‌ ବିଶ୍ୱବିଜେତା; ବିଜୟ ପରେଡ୍‌, ମୁମ୍ବାଇ ଜନସମୁଦ୍ର

ଗତକାଲି ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷାଧିକ କ୍ରିକେଟ୍ ଫ୍ୟାନଙ୍କ ଭିଡ଼ ଜମିଥିଲା। ଷ୍ଟାଡିୟମରେ ଖେଳାଳୀଙ୍କୁ ସମ୍ବର୍ଦ୍ଧନା, ପୁରସ୍କାର ବିତରଣ ପରେ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତୀୟ ଟିମ୍। ଏହି ସମୟରେ ‘ବନ୍ଦେ ମାତରମ୍’ ଧୁନରେ ଖେଳାଳୀ ଓ ଖେଳ ପ୍ରେମୀ ଏକାଠି ହୋଇଯାଇଥିଲେ। ସେହି ସମୟର ଲୋମଟାଙ୍କୁରା ଅନୁଭୂତିକୁ ବିସିସିଆଇ୍ ନିଜ ସୋସିଆଲ୍ ମିଡିଆରେ ସେୟାର କରିଛି। ତେବେ ଜଣେ ଦର୍ଶକଙ୍କ ନିଆରା ଅନ୍ଦାଜକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ସେଲିବ୍ରେସନ ଭିଡ଼ରୁ ବଞ୍ଚିବା ପାଇଁ ଗଛ ଡାଳରେ ବସି ଖେଳାଳିଙ୍କୁ ଦେଖିଲେ ଏବଂ ଏହାର ଏକ ଭିଡ଼ିଓ ବି କଲେ। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ଖେଳାଳିଙ୍କ ଗୋଟିଏ ଝଲକ ପାଇଁ ମୁମ୍ବାଇ ମେରାଇନ ଡ୍ରାଇଭ୍‌ ରୋଡ୍‌ ପାଲଟି ଯାଇଥିଲା ଜନସମୁଦ୍ର। ଲକ୍ଷାଧିକ ଦର୍ଶକଙ୍କ ମଧ୍ୟରୁ ଏମିତି ଜଣେ ଦର୍ଶକଙ୍କୁ ନେଇ ଏବେ ଚର୍ଚ୍ଚା। ଯିଏ ଖେଳାଳିଙ୍କ ଫଟୋ ନେବା ପାଇଁ ଗଛ ଡାଳରେ ନିଜକୁ ବିପଦଜନକ ଅବସ୍ଥାରେ ରଖିଲେ । ଏହାର ଏକ ଫଟୋ ଏବେ ବେଶ୍‌ ଭାଇରାଲ ହେଉଛି।

Advertisment

କେବଳ ଜଣେ ନୁହଁ, ଏମିତି ହଜାର ହଜାର ଦର୍ଶକ କାଲି ବିଭିନ୍ନ ଉପାୟରେ ଖେଳାଳିଙ୍କ ଝଲକ ପାଇବା ପାଇଁ ଚେଷ୍ଟା କରିଥିଲେ। ଲକ୍ଷାଧିକ ଲୋକଙ୍କ ଭିଡ଼ରେ ଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟିନାହିଁ। ଏତେ ମାତ୍ରାରେ ଦର୍ଶକଙ୍କୁ ଦେଖି ପ୍ରତିଟି ଖେଳାଳି ବେଶ୍‌ ଉତ୍ସାହିତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟୀ ଭାରତୀୟ ଦଳକୁ ଘୋଷଣା ହୋଇଛି ପୁରସ୍କାର। ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ। ପୁରସ୍କାର ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ତେବେ ୧୭ ବର୍ଷ ପରେ ଭାରତର ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ବିଜୟ ଆନନ୍ଦରେ ବୁଡିଛି ସାରା ଦେଶ। ଜୋରଦାର ସେଲିବ୍ରେସନ୍। ବିଶ୍ୱବିଜୟୀ ଟିମକୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଚାମ୍ପିଅନଙ୍କ ଘର ବାହୁଡ଼ାକୁ ଅପେକ୍ଷା ରହିଛି।

Team India T20 World Cup Marine Drive
Advertisment
Advertisment