• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି ଟିମ୍‌ ଇଣ୍ଡିଆ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟାଇଟଲ୍‌ ଜିତିବାରେ ସଫଳ ହୋଇଛନ୍ତି । ତେବେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବଡୋସ୍‌ରେ ଫସି ରହିଥିଲା । ସାମୁଦ୍ରିକ ବାତ୍ୟା ଯୋଗୁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାର୍ବାଡୋସ୍‌ରେ ଫସି ରହିଛି । ଚମ୍ପିଆନ୍‌ ଟିମ୍‌କୁ ଆଣିବା ପାଇଁ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍‌ ବାର୍ବଡୋସ୍‌ରେ ପହଞ୍ଚିଛି । ତେବେ ଏହି ଚାଟାର୍ଡ ଫ୍ଲାଇଟ୍‌ରେ ଭାରତୀୟ ଦଳ ବାର୍ବଡୋସ୍‌ରୁ ସିଧା ଆସି ଦିଲ୍ଲୀରେ ପହଞ୍ଚିବ।

ଅଧିକ ପଢ଼ନ୍ତୁ: ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ । ଏହି ଚାଟାର୍ଡ ଫ୍ଲାଇଟ୍‌ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ । ଅର୍ଥାତ ଭାରତୀୟ ସମୟ ଗୁରୁବାର ସକାଳ ୬ ଟାରେ ଏହି ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ । ପୂର୍ବରୁ ଆଉ ଏକ ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ ଟିମ୍ ଇଣ୍ଡିଆ ବୁଧବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ କିନ୍ତୁ ଏହା ହୋଇପାରିନଥିଲା।

ସୂଚନା ଅନୁସାରେ ଜୁନ୍‌ ୨୯ରେ ବାର୍ବଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଥିଲା । ‍ବିଶ୍ୱକପ୍ ଜିତିବା ପରେ ଟିମ୍‌ ଇଣ୍ଡିଆ ବାତ୍ୟା କାରଣରୁ ସେଠାରେ ଫସିଯାଇଥିଲା । ସାମୁଦ୍ରିକ ଝଡ଼ ପାଇଁ ବିମାନ ବନ୍ଦର ମଧ୍ୟ ବନ୍ଦ ରହିଥିଲା । ତେଣୁ ଭାରତୀୟ ଖେଳାଳିଙ୍କୁ ଆଣିବା ପାଇଁ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା । ଆଉ ସେହିପରି ସ୍ୱତନ୍ତ୍ର ବିମାନ ବିଶ୍ୱ ବିଜୟୀ ଟିମ୍‌କୁ ଧରି ଭାରତ ଅଭିମୁଖେ ବାହାରି ସାରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ରାହୁଲ୍ କହିଲେ, ମୁଁ ଏବେ ବେକାର...ମୋ ପାଇଁ ଚାକିରି ଖୋଜିଦିଅ, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now