Advertisment

ବିଶ୍ୱକପ୍‌ ବିଜୟ ପରେ ରୋହିତ-କୋହଲିଙ୍କ ସହ କଥା ହେଲେ ମୋଦି, କହିଲେ...

ଗତକାଲି ବିଶ୍ୱକପ୍‌ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍‌ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Narendra Modi

Narendra Modi

ବାର୍ବଡାସରେ ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଛି ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଛି ଟିମ୍‌ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଜିତିଛି ଭାରତ । କପିଲ ଦେବ, ଏମ୍‌‌‌‌‌‌‌ ଏସ୍‌‌ ଧୋନିଙ୍କ ପରେ ଏବେ ରୋହିତ ଶର୍ମା ଏହି ତାଲିକାରେ ସାମିଲ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିଛି ।

Advertisment

ଗତକାଲି ବିଶ୍ୱକପ୍‌ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍‌ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି । ସେ ଅଧିନାୟକ ରୋହିତ ଶର୍ମା, କୋଚ୍‌ ରାହୁଲ ଦ୍ରାବିଡ ଓ ବିରାଟ କୋହଲିଙ୍କ ସହ କଥା ହୋଇଥିବା ମୋଦି ତାଙ୍କ ସୋସିଅଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲେଖ କରିଛନ୍ତି ।

ପିଏମ ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି ଯେ ସେ ଭାରତୀୟ କ୍ରିକେଟ୍ ଦଳ ସହ କଥା ହୋଇଛନ୍ତି ଏବଂ ଟି -୨୦ ବିଶ୍ୱକପରେ ଚମତ୍କାର ବିଜୟ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟେକ ଖେଳାଳିଙ୍କ ଉତ୍ସର୍ଗ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ମୋଦି ଉଲ୍ଲେଖ କରିଛନ୍ତି ।

Advertisment

ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋହିତ ଶର୍ମା, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡଙ୍କ ସହ ଅଲଗା କଥା ହୋଇଥିଲେ । ରୋହିତ ଶର୍ମାଙ୍କୁ ପ୍ରଶଂସା କରି ମୋଦି ଲେଖିଛନ୍ତି ଯେ, ‘ପ୍ରିୟ ରୋହିତ ଶର୍ମା, ଆପଣ ଜଣେ ମହାନ ଖେଳାଳି । ତୁମର ଆକ୍ରମଣାତ୍ମକ ଚିନ୍ତାଧାରା, ବ୍ୟାଟିଂ ଏବଂ ଅଧିନାୟକତ୍ୱ ଭାରତୀୟ ଦଳକୁ ଏକ ନୂଆ ଦିଗ ଦେଇଛି । ତୁମର ଟି-୨୦ କ୍ୟାରିୟର ସର୍ବଦା ସ୍ମରଣୀୟ ହୋଇ ରହିବ। ଆଜି ତୁମ ସହ କଥା ହୋଇ ଖୁସି ଲାଗିଲା’।

ସେହିପରି ପ୍ରଧାନମନ୍ତ୍ରୀ ବିରାଟ କୋହଲିଙ୍କ ପାଇଁ ଲେଖିଛନ୍ତି ଯେ ‘ପ୍ରିୟ କୋହଲି, ଆପଣଙ୍କ ସହ କଥା ହୋଇ ଖୁସି ଲାଗିଲା । ଫାଇନାଲ୍ ମ୍ୟାଚ୍‌ର ଇନିଂସ ପରି ଆପଣ ଭାରତୀୟ ବ୍ୟାଟିଂକୁ ଚମତ୍କାର ଢଙ୍ଗରେ ସମ୍ଭାଳିଛ। ଆପଣ କ୍ରିକେଟର ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦଶର୍ନ କରିଛ। ଯଦିଓ ଆପଣ ଟି -20 କ୍ରିକେଟ୍ ଖେଳିବେ ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ ଆପଣ ଆଗାମୀ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବେ’।

ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଦ୍ରାବିଡଙ୍କ ପାଇଁ ଲେଖିଛନ୍ତି ଯେ ‘ଦ୍ରାବିଡଙ୍କ ଚମତ୍କାର କୋଚିଂ ଯାତ୍ରା ଭାରତୀୟ କ୍ରିକେଟର ସଫଳତା ପାଇଁ ଏକ ନୂଆ ଦିଗ ଦେଇଛି। ତାଙ୍କର ଉତ୍ସର୍ଗୀକୃତ, ରଣନୈତିକ ଚିନ୍ତାଧାରା ଏବଂ ପ୍ରତିଭାଶାଳୀ ଖେଳାଳିଙ୍କ ଗ୍ରୁମିଂ ଦଳକୁ ସଂପୂର୍ଣ୍ଣ ରୂପାନ୍ତରିତ କରିଛି। ତାଙ୍କର ଅବଦାନ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ । ଏଥିପାଇଁ ସମଗ୍ର ଭାରତ ତାଙ୍କ ନିକଟରେ କୃତଜ୍ଞ’।

Narendra Modi Virat Kohli Rohit Sharma T20 World Cup
Advertisment
Advertisment