Advertisment

IPL 2022: କେକେଆର୍‌ ବିପକ୍ଷରେ ଟସ୍‌ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ମୁମ୍ବାଇ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

author-image
Otv Khabar Bureau
KKR vs MI

KKR vs MI

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ମୁମ୍ବାଇ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି । ପଏଣ୍ଟ ଟେବୁଲରେ ମୁମ୍ବାଇ ୧୦ ନଂ ସ୍ଥାନରେ ଥିବା ବେଳେ କେକେଆର୍‌ ୯ ନଂ ସ୍ଥାନରେ ରହିଛି । ମୁମ୍ବାଇ ଆଇପିଏଲ୍‌ ପ୍ଲେଅଫ୍‌ ରେସ୍‌ରୁ ବାହାରି ଯାଇଥିବା ବେଳେ କେକେଆର୍‌ ପୂର୍ବ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ୍‌ରେ ତଳକୁ ଖସିଯାଉଛି ।

Advertisment

ମ୍ୟାଚ୍‌ର ମୁଖ୍ୟ ସୂଚନା ହେଉଛି ଯେ, ମୁମ୍ବାଇର ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ର ବାକି ମ୍ୟାଚ୍‌ ଗୁଡ଼ିକ ଖେଳିବେନି । ଆଇପିଏଲ୍‌ର ଆରମ୍ଭ କିଛି ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟକୁମାର ଆଘାତ କାରଣରୁ ଖେଳିନଥିବାର ଦେଖିବାକୁ ମିଳିଥିଲା । ମୁମ୍ବାଇ ଗତ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରି ଏକପ୍ରକାର କମ୍‌ବ୍ୟାକ୍‌ କରିଛି । କିନ୍ତୁ କେକେଆର୍‌ ପକ୍ଷରୁ ପୂର୍ବ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଜିର ମ୍ୟାଚ୍‌ରେ କେକେଆର୍‌ ଟିମ୍‌ରେ ଅନେକ ଚେଞ୍ଜେସ୍‌ ଦେଖିବାକୁ ମିଳିଛି ।

ଦୁଇଟି ଟିମ୍‌ର ପ୍ଲେଇଙ୍ଗ୍‌ ଇଲେଭେନ୍‌:

ମୁମ୍ବାଇ ଇଣ୍ତିଆନ୍ସ: ରୋହିତ ଶର୍ମା, ଇଶାନ୍‌ କିଶାନ୍‌, ତିଲକ୍‌ ଭର୍ମା, ଟିମ୍‌ ଡେଭିଡ୍‌,କାଏରନ୍‌ ପୋଲାର୍ଡ, ରମନଦିପ୍‌ ସିଂହ, ଡାନିଏଲ୍‌ ସାମ୍ସ, ମୁର୍ଗାନ ଅଶ୍ୱିନ୍‌, ଜସପ୍ରିତ୍‌ ବୁମ୍ରା, କୁମ୍ର କାର୍ତ୍ତିକେୟା, ରିଲେ ମେରେଡିଥ୍‌

Advertisment

କେଲକାତା ନାଇଟ୍‌ ରାଇଡର୍ସ: ଅଜିଙ୍କ୍ୟ ରାହାଣେ, ଭେଙ୍କେଟେସ୍‌ ଆୟାର୍‌, ଶ୍ରେୟସ୍‌ ଆୟାର୍‌, ନିତିଶ ରାଣା, ରିଙ୍କୁ ସିଂହ, ଆଣ୍ତ୍ରେ ରସଲ୍‌, ସୁନିଲ୍‌ ନାରାୟଣ, ସେଲଡନ୍‌ ଜ୍ୟାକସନ୍‌, ପାଟ୍‌ କମିନ୍ସ, ଟିମ୍‌ ସାଉଦି, ଭରୁଣ ଚକ୍ରବର୍ତ୍ତୀ

IPL 2022 KKR Vs MI
Advertisment
Advertisment