Advertisment

ପ୍ଲେ ଅଫ୍‌ରେ ପ୍ରଥମେ କିଏ ହେବ ଇନ୍‌ ? ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ

ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ।

author-image
Otv Khabar Bureau
ଅଦ୍ୟତନ ହୋଇଛି
GT vs LSG

GT vs LSG

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଗୁଜୁରାଟ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ପଏଣ୍ଟ ଟେବୁଲରେ ଦୁଇଟିଯାକ ଟିମ୍‌ ଟପ୍‌ରେ ରହିଛନ୍ତି ।

Advertisment

ଲକ୍ଷ୍ନୌ ବର୍ତ୍ତମାନ ପ୍ରିମିୟର ଲିଗ୍‌ରେ ୧୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି । ୧୧ ଟି ମ୍ୟାଚ୍‌ରୁ ୮ ଟିରେ ବିଜୟ ହାସଲ କରିଥିଲା ବେଳେ ୩ ଟି ମ୍ୟାଚ୍‌ରେ ପରାଜୟ ଘଟିଛି । ସେହିପରି ଗୁଜୁରାଟ ମଧ୍ୟ ୧୧ ଟି ମ୍ୟାଚ୍‌ରୁ ୮ ଟିରେ ବିଜୟ ସହ ୩ ଟି ମ୍ୟାଚ୍‌ରେ ପରାଜୟ ହାସଲ କରିଛି । ତେବେ ଦୁଇଟିଯାକ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ନୂଆ କରି ଆରମ୍ଭ କରିଥିବା ବେଳେ ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । 

ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ଯିଏ ଜିତିବ, ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଟପ ୪ରେ ନିଜର ସ୍ଥାନ ସୁରକ୍ଷିତ କରିବ। ଲକ୍ଷ୍ନୌ ଓ ଗୁଜରାଟ ଏବେ ସମାନ ୧୬ ପଏଣ୍ଟ ଲେଖାଏ ପାଇ ପଏଣ୍ଟ ଟେବୁଲର ଯଥାକ୍ରମେ ୧ନଂ ଓ ୨ନଂ ସ୍ଥାନରେ ରହିଛନ୍ତି। ତେଣୁ ଆଜି ଜିତିବ, ତା’ର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚିଯିବ।

Advertisment

ଆଜିର ମ୍ୟାଚ୍‌ରେ ଗୁଜରାଟ ତା’ର ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଲକି ଫର୍ଗୁସନ, ସାଇ ସୁଦର୍ଶନ ଓ ପ୍ରଦୀପ ସାଙ୍ଗୱାନ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ଏମାନଙ୍କ ବଦଳରେ ମ୍ୟାଥୁ ୱେଡ, ଆର ସାଇକିଶୋର ଓ ୟାଶ ଦୟାଲ ସୁଯୋଗ ପାଇଛନ୍ତି। ସାଇକିଶୋର ଆଜି ଟାଇଟନ୍ସ ପାଇଁ ଡେବ୍ୟୁ କରୁଛନ୍ତି।

ସେହିପରି ଲକ୍ଷ୍ନୌ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳ ପାଇଁ ଆଜି କରନ ଶର୍ମା ଡେବ୍ୟୁ କରିଛନ୍ତି। ସେ ରବି ବିଷ୍ଣୋଇଙ୍କ ବଦଳରେ ସୁଯୋଗ ପାଇଛନ୍ତି।

ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଗୁଜରାଟ ଓ ଲକ୍ଷ୍ନୌ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଗୁଜରାଟ ବାଜିମାତ କରିଥିଲେ। ତେଣୁ ଆଜି ଲକ୍ଷ୍ନୌ ପାଖରେ ଏହାର ବଦଲା ନେବାକୁ ସୁଯୋଗ ରହିଛି।

IPL 2022 GT Vs LSG
Advertisment
Advertisment