Advertisment

ଧାୱନ୍‌-ରବାଡ଼ାଙ୍କ ଭିଡିଓ ଭାଇରାଲ ! ତଳେ ପକାଇ ଗୋଇଠା ମାରୁଛନ୍ତି

ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IPL 2022

IPL 2022

ଟିମ୍ ଇଣ୍ଡିଆର ଷ୍ଟାର ଓପନର୍ ଶିଖର ଧାୱନ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୨୦୨୨ରେ ଅଧିକ ବ୍ୟସ୍ତ ଥିବା ଭଳି ଦେଖାଯାଉଛନ୍ତି । ସେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଛନ୍ତି । ତେବେ ଧାୱନ ଆଜିକାଲି ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍‌ । ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।

Advertisment

ଭିଡିଓରେ ଦେଖାଯାଉଛି ଯେ, ଧାୱନ ହାତରେ ଫୁଟବଲ ଧରି ରେଲିଂ ଉପରେ ସ୍ଲାଇଡ୍ କରି ପଡ଼ିଆ ଆଡ଼କୁ ଆସୁଛନ୍ତି । ଏହି ସମୟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ରବାଡା ତାଙ୍କୁ ଗୋଡ଼ରେ ଛନ୍ଦି ତଳେ ପକାଇ ଦେଉଛନ୍ତି । ଧାୱନ ତଳେ ପଡ଼ିବା ପରେ ରବାଡ଼ା ତାଙ୍କୁ ଗୋଇଠା ମାରି ମାରି ନେଉଥିବା ଦେଖାଯାଇଛି ।

ଏହାରି ଭିତରେ, ଧାୱନଙ୍କ ହାତରୁ ଫୁଟବଲଟି ଖସି ଯାଇଛି ଏବଂ ରବାଡ଼ା ସେହି ବଲ୍‌କୁ ବାରମ୍ବାର କିକ୍‌ ମାରିବାରେ ଲାଗିଛନ୍ତି । ଆଉ ସେହି ବଲ୍‌ ଧାୱନ୍‌ଙ୍କୁ ଆଘାତ ଦେଉଛି ।

Advertisment

ତେବେ ବସ୍ତବରେ ଧାୱନ ଏବଂ ରବାଡ଼ାଙ୍କ ମଧ୍ୟରେ ଏହା କୌଣସି ଝଗଡ଼ା ନୁହେଁ ଏବଂ ସେମାନେ ପରସ୍ପର ମସ୍ତି ମଜାକ୍‌ କରୁଥିବାର ଭିଡିଓ । ଯାହାକି ଧାୱନ୍‌ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏଥିରେ ଖୁବ୍‌ ମଜାଦାର କମେଣ୍ଟ ଦେଇଛନ୍ତି । ଉଭୟଙ୍କର ଏଭଳି ମଜା ମସ୍ତି ଦେଖି ସାଥୀ ଖେଳାଳୀ ମଧ୍ୟ ଖୁବ୍‌ ହସିଛନ୍ତି ।

ଭିଡିଓ ଶେଷରେ ରବାଡାଙ୍କୁ ମଧ୍ୟ ହସୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଧାୱନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଧାୱନ ଏହି ପୋଷ୍ଟରେ ଲେଖିଛନ୍ତି, 'ଅପମାନିତ କରିଦେଲ'। ଜଣେ ୟୁଜର ଏହି ଭିଡିଓରେ ଏକ ମଜାଳିଆ ମନ୍ତବ୍ୟ ଦେଇ କହିଛନ୍ତି, 'ଏହି ଶିଖର ଧାୱନ ସମସ୍ତଙ୍କୁ ବିଗାଡ଼ି ଦେଇଛି।'

ଧାୱନ ଚଳିତ ସିଜନରେ ପ୍ରିତି ଜିଣ୍ଟାଙ୍କ ମାଲିକାନା ଥିବା ପଞ୍ଜାବ କିଙ୍ଗ୍ସ ପାଇଁ କ୍ରିକେଟ୍ ଖେଳୁଛନ୍ତି । ପଞ୍ଜାବ ଫ୍ରାଞ୍ଚାଇଜ୍ ୮.୨୫ କୋଟି ଟଙ୍କାରେ ଧାୱନ୍‌ଙ୍କୁ ମେଗା ନିଲାମରେ କିଣିଛି। ପଞ୍ଜାବ ଦଳ ଏହି ସିଜନରେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଦଳ ପ୍ଲେ ଅଫରେ ପହଞ୍ଚିବାର ଖୁବ୍‌ ସମ୍ଭାବନା ରହିଛି ।

IPL 2022 Sports
Advertisment
Advertisment