Jadeja Ruled Out
ଚେନ୍ନାଇ ସୁପରକିଙ୍ଗ୍ସକୁ ଲାଗିଲା ବଡ଼ ଝଟକା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ହିଁ ସିଏସ୍କେର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଆଇପିଏଲ୍ ୨୦୨୨ ର ବାକି ମ୍ୟାଚ୍ରୁ ବାଦ ପଡିଛନ୍ତି । ୧୨ ତାରିଖରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ସାମ୍ନା କରିବ । ଆଇପିଏଲର ଚଳିତ ସିଜିନ୍ରେ ଜାଡେଜା ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସବୁଥିରେ ଖରାପ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।
ଜାଡେଜାଙ୍କ ବାଦ ପଡ଼ିବା ସୂଚନା ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥନ ସ୍ପଷ୍ଟ କରିଛନ୍ତି । ଆଇପିଏଲର ୧୫ ତମ ସିଜିନ ଆରମ୍ଭରେ ଜାଡେଜାଙ୍କୁ ଚେନ୍ନାଇ ଅଧିନାୟକ ଭାବରେ ଘୋଷଣା କରିଥିଲା । ଜାଡେଜାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଅନେକ ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ଜାଡେଜା କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଦେଇଥିଲେ ।
ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି, “ଜାଡେଜାଙ୍କ ଛାତି ପାଖରେ ଆହତ ସମସ୍ୟା ରହିଛି। ଏହି କାରଣରୁ ମେଡିକାଲ ଟିମ୍ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସେ ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।” ଆହତ ସମସ୍ୟା ଯୋଗୁ ଜାଡେଜା ରବିବାର ଦିଲ୍ଲୀ ବିପକ୍ଷ ମୁକାବିଲାରେ ମଧ୍ୟ ଖେଳି ନଥିଲେ। ସୂଚନାନୁଯାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ କ୍ୟାଚ୍ ଧରିଲା ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)