Advertisment

ଇତିହାସ ରଚିଲା ଭାରତ, ପ୍ରଥମ ଥର ଥୋମାସ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ

ଥୋମାସ କପ୍‌ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଟିମ୍‌ ଇତିହାସ ରଚିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Men's Badminton Team Creates History

Indian Men's Badminton Team Creates History

ଥୋମାସ କପ୍‌ରେ ଇତିହାସ ରଚିଲା ଭାରତ। ଥୋମାସ କପ୍‌ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଟିମ୍‌ ଇତିହାସ ରଚିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ଏଚ.ଏସ. ପ୍ରଣୟଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ ଟିମ୍ ଇଣ୍ଡିଆ ଡେନମାର୍କକୁ ହରାଇଥିଲା। ପାଦରେ ଆଘାତ ସତ୍ତ୍ୱେ ପ୍ରଣୟ ଚମତ୍କାର ପ୍ରଦର୍ଶନ କରିଥିଲେ।

Advertisment

ଭାରତୀୟ ପୁରୁଷ ଦଳ ସେମି ଫାଇନାଲ୍‌ରେ ୩-୨ରେ ଡେନମାର୍କକୁ ପରାଜିତ କରି ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି। ଏହାସହ ପ୍ରଥମଥର ଟିମ୍‌ ଇଣ୍ଡିଆ ଫାଇନାଲ୍‌ରେ ପ୍ରବେଶ କରିଛି। ଫାଇନାଲରେ ପ୍ରବେଶ କରି ଭାରତ ଏକ ମେଡାଲ ପକ୍କା କରି ସାରିଛି। ଆଜି ଇଣ୍ଡୋନେସିଆ ସହ ଫାଇନାଲ ମୁକାବିଲା ହେବ।

ଭାରତର ଏହି ଐତିହାସିକ ବିଜୟକୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇପଡ଼ିଛି। ତେବେ ପ୍ରଣୟଙ୍କ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି। ଆହତ ହୋଇ ମଧ୍ୟ ଯେଉଁଭଳି ଭାବେ ସେ ଚମତ୍କାର ପ୍ରଦର୍ଶନ କରି ବିଜୟ ଲାଭ କଲେ ଦେଶବାସୀ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଫାଇନାଲରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆ ସେଲିବ୍ରେସନ୍ କରିଥିବା ଦେଖିବାକୁ ମିଳିଥିଲା।ଖେଳାଳିଙ୍କ ସହ କୋଚ୍‌ ଓ ଅନ୍ୟ ସପୋର୍ଟ ଷ୍ଟାଫ୍ମାନେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ।

Advertisment
Thomas Cup Final Indian Men's Badminton Team
Advertisment
Advertisment