• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କୁଇନ୍ସଲ୍ୟାଣ୍ଡ ପୋଲିସର କହିବାନୁଯାୟୀ, ଏହି ଘଟଣା ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସହରର ପ୍ରାୟ ୫୦ କିଲୋମିଟର ଦୂରରେ ହୋଇଛି । ସାଇମଣ୍ଡସ୍‌ ଆସନ୍ତା ଜୁନ୍ ୯ ତାରିଖରେ ୪୭ତମ ଜନ୍ମଦିନ ପାଳନ କରିଥାନ୍ତେ ।

ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି । ଆଇପିଏଲରେ ମଧ୍ୟ ଖେଳିଛନ୍ତି ସାଇମଣ୍ଡସ୍‌ । ଡେକାନ୍ ଚାର୍ଜର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସାଇମଣ୍ଡସ୍ ୩୯ଟି IPL ମ୍ୟାଚ୍ ଖେଳି ୯୭୪ ରନ୍ କରିଛନ୍ତି ।

ସାଇମଣ୍ଡସ୍ ଅଷ୍ଟ୍ରେଲିଆର ଜଣେ କିମ୍ବଦନ୍ତୀ କ୍ରିକେଟର । କିନ୍ତୁ ସେ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇ ରହିଥିଲେ । ବିବାଦ ତାଙ୍କ ପିଛା ଛାଡ଼ୁନଥିଲା । ତାଙ୍କ କ୍ୟାରିଅରରେ ଏପରି ଅନେକ ବିବାଦ ଅଛି, ଯାହା ସାରା ବିଶ୍ୱ ଜାଣିଛି । ପବ୍‌ରେ ଝଗଡ଼ା ହେଉ କିମ୍ବା ପଡ଼ିଆରେ କାହା ସହିତ କଳି କରିବା ହେଉ, ଏମିତି ଅନେକ ବିବାଦ ସାଇମଣ୍ଡସ୍ ନାଁରେ ରହିଛି । ସେମିତି ଏକ ବିବାଦ ହେଉଛି 'ମଙ୍ଗିଗେଟ୍‌' । ଏଥିରେ ହରଭଜନ ସିଂହଙ୍କ ସହ ସିମଣ୍ଡସ୍‌ଙ୍କ ବିବାଦ ରହିଥିଲା ।

ସିଡନୀ ଟେଷ୍ଟରେ ସିମଣ୍ଡସ୍ ଏବଂ ହରଭଜନଙ୍କ ମଧ୍ୟରେ ‘ମଙ୍କିଗେଟ୍‌’କୁ ନେଇ କଥା କଟାକଟି ହୋଇଥିଲା । ଏହି ଘଟଣା ୨୦୦୭-୦୮ ମସିହାରେ, ଯେତେବେଳେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା । ସେତେବେଳେ ଚାରି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ୩୩୭ ରନରେ ଅଷ୍ଟ୍ରେଲିଆ ଜିତି ସାରିଥିଲା । ଦ୍ୱିତୀୟ ମ୍ୟାଚ୍ ସିଡ୍‌ନୀରେ ୬ ଜାନୁଆରୀ ୨୦୦୮ରେ ଖେଳାଯାଇଥିଲା । ଏହି ଟେଷ୍ଟରେ ସିମଣ୍ଡସ୍ ବ୍ୟାଟିଂ କରୁଥିଲେ। ସେତେବେଳେ ସାଇମଣ୍ଡସ୍ ଏବଂ ହରଭଜନଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ପରେ, ସାଇମଣ୍ଡସ୍ ଅଭିଯୋଗ କରିଥିଲେ ଯେ, ହଜଭଜନ ତାଙ୍କୁ ମାଙ୍କଡ଼ କହିଲେ । ସାମଣ୍ଡସ୍‌ଙ୍କ ଅଭିଯୋଗ ପରେ ହରଭଜନଙ୍କ ଉପରେ ତିନିଟି ଟେଷ୍ଟ ମ୍ୟାଚ୍‌ ପ୍ରତିବନ୍ଧକ ଲାଗିଥିଲା ।

ଖାଲି ସେତିକି ନୁହେଁ, ଏହି ଘଟଣା ପରେ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କରିବାକୁ ବିସିସିଆଇ ଧମକ ମଧ୍ୟ ଦେଇଥିଲା । କାରଣ ଏହି ସମୟରେ ଅଷ୍ଟ୍ରେଲିଆ ମିଡିଆ ହରଭଜନଙ୍କ ନାଁରେ ଏଣୁ ତେଣୁ ଲେଖିବାକୁ ଲାଗିଲେ । ତେଣୁ ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତକୁ ଅଧାରୁ ବନ୍ଦ କରି ଭାରତ ଫେରିଯିବାକୁ ଧମକ ଦେଇଥିଲା । ଏମିତିରେ ଘଟଣା ସିଡନୀ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଫୈସଲା ବିରୋଧରେ କୋର୍ଟରେ ଅପିଲ କରାଯାଇଥିଲା । ତେବେ ମାମଲାର ଶୁଣାଣି କରାଯାଇ ରାୟ ପ୍ରକାଶ ପାଇଥିଲା ଯେ, ହରଭଜନ ଏମିତି କିଛି ଖରାପ ମନ୍ତବ୍ୟ ଦେଇଥିବାର ପ୍ରମାଣ ନାହିଁ । କୋର୍ଟଙ୍କ ଟିପ୍ପଣି ପରେ ହରଭଜନଙ୍କ ଉପରୁ ତିନି ଟେଷ୍ଟ ମ୍ୟାଚ୍‌ର ପ୍ରତିବନ୍ଧକ ଉଠାଇ ଦିଆଯାଇଥିଲା । ଏହି ମାମଲା ଏବେବି 'ମାଙ୍କିଗେଟ୍' ଭାବେ ଜଣାଶୁଣା ।