Advertisment

ମୁମ୍ବାଇକୁ ହରାଇଲା କୋଲକାତା

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ୧୧୩ ରନ୍‌ରେ ସୀମିତ ହୋଇଥିଲା ମୁମ୍ବାଇର ଇନିଂସ । କେକେଆର୍‌ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍‌ର ୭ନଂ ସ୍ଥାନରେ ପହଞ୍ଚିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
KKR vs MI

KKR vs MI

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ।  ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ମୁମ୍ବାଇ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୧୬୬ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ମୁମ୍ବାଇ ଏହି ବିଜୟ ଲକ୍ଷ୍ୟ ନେଇ ପଡିଆ ଓହ୍ଲାଇଥିଲେ। ହେଲେ ମାତ୍ର ୧୧୩ ରନ୍‌ରେ ସୀମିତ ରହିଥିଲା ମୁମ୍ବାଇ।

Advertisment

କେକେଆର୍‌ ପକ୍ଷରୁ ଭେଙ୍କେଟେସ୍‌ ଆୟର୍‌ ୪୩ ରନ୍‌ ଓ ନିତିଶ ରାଣା ୪୩ ରନ୍‌, ରାହାଣେ ୨୫ରନ୍‌ ଓ ରିଙ୍କୁ ସିଂହ ୨୩ ରନ୍‌ କରିଥିଲେ । ଜବାବରେ ମୁମ୍ବାଇ ପକ୍ଷରୁ ଜସପ୍ରିତ ବୁମ୍ରା ୪ ଓଭର୍‌ରେ ୧୦ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିଲେ । ପ୍ରଥମ ୧୨ ଓଭର୍‌ରେ କେକେଆର୍‌ ୧୦୦ ରନ୍‌ ପାର କରିଥିବା ବେଳେ ବୁମ୍ରାଙ୍କ ବୋଲିଂ ଆଗରେ ଟିମ୍‌ ଧରାଶାୟୀ ହୋଇପଡିଥିଲା ।

ମୁମ୍ବାଇ ଆଇପିଏଲ୍‌ ପ୍ଲେଅଫ୍‌ ରେସ୍‌ରୁ ବାହାରି ଯାଇଥିବା ବେଳେ କେକେଆର୍‌ ପୂର୍ବ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ୍‌ରେ ତଳକୁ ଖସିଯାଇଥିଲା ।

Advertisment

ମ୍ୟାଚ୍‌ର ମୁଖ୍ୟ ସୂଚନା ଥିଲା ଯେ, ମୁମ୍ବାଇର ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ର ବାକି ମ୍ୟାଚ୍‌ ଗୁଡ଼ିକ ଖେଳିବେନି । ଆଇପିଏଲ୍‌ର ଆରମ୍ଭ କିଛି ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟକୁମାର ଆଘାତ କାରଣରୁ ଖେଳୁନଥିବାର ଦେଖିବାକୁ ମିଳିଥିଲା । ମୁମ୍ବାଇ ଗତ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରି ଏକପ୍ରକାର କମ୍‌ବ୍ୟାକ୍‌ କରିଥିଲା ।

IPL 2022 KKR Vs MI
Advertisment
Advertisment