• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୨ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ଦଳ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ୱରେ ପଞ୍ଜାବ ଦଳ ବିରାଟ କୋହଲିଙ୍କ ଦଳ ଆରସିବିକୁ ୫୪ ରନରେ ପରାସ୍ତ କରିଛି ।

ଏହି ମ୍ୟାଚରେ ଆରସିବିର କୌଣସି ବ୍ୟାଟ୍ସମ୍ୟାନ୍ ମ୍ୟାଚ୍ ଜିତାଇବା ଭଳି ଇନିଂସ ଖେଳି ପାରିଲେ ନାହିଁ । କେବଳ ଗ୍ଲେନ ମ୍ୟାକ୍ସୱେଲ ୩୫ ଏବଂ ରଜତ ପାଟିଦାର ୨୬ ରନ କରିବେରେ ସକ୍ଷମ ହେଲେ । ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଏବଂ ବିରାଟ କୋହଲିଙ୍କ ସମେତ ଅନ୍ୟ ସମସ୍ତ ଖେଳାଳି ଫ୍ଲପ୍ ପ୍ରମାଣିତ ହେଲେ ।

ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା । ରଜତଙ୍କ ଏହି ଛକାରେ, ବଲଟି ଯାଇ ଷ୍ଟାଣ୍ଡରେ ବସିଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ବାଜିଥିଲା । ଆଘାତ ପାଇ ସେ କାନ୍ଦିବାକୁ ଲାଗିଲେ । ତାଙ୍କ ପାଖରେ ବସିଥିବା ଜଣେ ମହିଳା ତାଙ୍କର ଯତ୍ନ ନେଇଥିଲେ । ଏହି ଘଟଣା କ୍ୟାମେରାରେ କଏଦ ହୋଇଥିଲା ଏବଂ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ।

 

ଏହି ଘଟଣା ଆରସିବି ଇନିଂସ ଚାଲିଥିବା ବେଳେ ନବମ ଓଭର ବେଳେ ଘଟିଥିଲା । ସ୍ପିନର ହରପ୍ରୀତ ବରାର୍ ଏହି ଓଭରରେ ବୋଲିଂ କରୁଥିଲେ । ଓଭରର ଚତୁର୍ଥ ବଲଟି ଏକ ଲମ୍ୱା ପିଚ୍‌ ବଲ୍ ଥିଲା, ଯାହାକୁ ପାଟିଦାର ବ୍ୟାକ୍‌ଫୁଟ୍‌କୁ ଆସି ଲଙ୍ଗ୍‌ଅନ୍‌ରେ ଛକା ମାରିଥିଲେ । ଏହି ଛକା ୧୦୨ ମିଟର ଲମ୍ବା ଥିଲା । ଯାହାକି ସିଧା ଯାଇ ଷ୍ଟାଣ୍ଡରେ ବସିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଡରେ ବାଜିଥିଲା । ଭଗବାନଙ୍କ କୃପାରୁ ବୃଦ୍ଧ ଗୁରୁତର ହୋଇନାହାନ୍ତି । ଆଘାତ ଏତେ ଗମ୍ଭୀର ନଥିଲା । ପାଟିଦାରଙ୍କ ଏହା ଦ୍ୱିତୀୟ ଛକା ଥିଲା।