Advertisment

ହାରିଲା ପଞ୍ଜାବ, ପ୍ଲେଅଫ୍‌ର ନିକଟତର ହେଲା ରାଜସ୍ଥାନ

ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
 IPL 2022

IPL 2022

ନୂଆଦିଲ୍ଲୀ:  ପଞ୍ଜାବକୁ ହରାଇଲା ରାଜସ୍ଥାନ। ଆଇପିଏଲର ଚଳିତ ସିଜିନରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ବିଜୟୀ ହୋଇଛି। ଏଥିରେ ପଞ୍ଜାବ କିଙ୍ଗସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୧୮୯ ରନ କରିଥଲା। ଟିମ୍ ପକ୍ଷରୁ ଜନି ବେୟାରଷ୍ଟ୍ରୋ ସର୍ବାଧିକ ୫୬ ରନ କରିଥିଲେ।

Advertisment

ତେବେ ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା। ଏହି ମ୍ୟାଚ ଖୁବ୍ ରୋମାଞ୍ଚକର ହୋଇଥିଲା। ସିମରନ ହିଟମାୟର ପୁନଶ୍ଚ ଫିନିସର ଭାବେ ଉତ୍ତମ ଖେଳ ପ୍ରଦର୍ଶନ କରିଛନ୍ତି। ତେଣେ ଦୀର୍ଘ ସମୟ ପରେ ଟିମକୁ ଫେରିଥିବା ଯଶସ୍ୱୀ ଜୟସୱାଲ ୬୮ ରନ କରିଥିଲେ। ଏହି ବିଜୟ ସହ ରାଜସ୍ଥାନ ତାଲିକାରେ ୧୪ ପଏଣ୍ଟ ହାସଲ କରି ପ୍ଲେଅଫର ନିକଟତର ହୋଇଛି। ଟିମ୍ ଶୀର୍ଷ ୪ ସ୍ଥାନରେ ନିଜର ଉପସ୍ଥିତି ଜାହିର କରିଛି।

IPL 2022
Advertisment
Advertisment