Advertisment

ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଗୁଜୁରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୬୨ ରନ୍‌ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍‌ ଭାବେ ଗୁଜୁରାଟ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
GT vs LSG

GT vs LSG

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାୟାଇଥିଲା । ଗୁଜୁରାଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପଏଣ୍ଟ ଟେବୁଲରେ ଦୁଇଟିଯାକ ଟିମ୍‌ ଟପ୍‌ରେ ରହିଥିଲେ । କିନ୍ତୁ ୬୨ ରନ୍‌ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍‌ ଭାବେ ଗୁଜୁରାଟ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି ।

Advertisment

ଲକ୍ଷ୍ନୌ ୧୪୪ ରନ୍‌ର ଟାର୍ଗେଟ୍‌ ପିଚ୍ଛା କରି ୧୩.୫ ବଲ୍‌ରେ ୮୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଲକ୍ଷ୍ନୌ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୨୭ ରନ୍‌ କରିଥିଲେ । ଗୁଜୁରାଟ ପକ୍ଷରୁ ରାସିଦ୍‌ ଖାନ୍‌ ୪ ୱିକେଟ୍‌ ନେଇଥିବା ବେଳେ ରବିଶ୍ରୀନିବାସନ ଓ ୟଶ ଦୟାଲ ୨ ଟି ଲେଖାଏ ୱିକେଟ୍‌ ନେଇଥିଲେ ।

ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କାରଣ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଟପ ୪ରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ଏହା ଚାନ୍ସ ରହିଥିଲା । ଯିଏ ଜିତିବ, ତା’ର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚିଯିବ।

Advertisment

ନିଜର ବ୍ୟାଟିଂ ପାଇଁ ଜଣାଶୁଣା ଗୁଜରାଟ ଟାଇଟନ୍ସ କିନ୍ତୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିରୋଧରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଓପନର ଶୁଭମନ ଗିଲ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୪୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।ଫଳରେ ମ୍ୟାଚ୍‌ ବିଜୟ ପାଇଁ ଓ ପ୍ଲେ ଅଫକୁ ଯିବା ପାଇଁ ଲକ୍ଷ୍ନୌକୁ ୧୪୫ ରନ୍‌ର ଟାର୍ଗେଟ ମିଳିଥିଲା।

ଗିଲ୍‌ ଅପରାଜିତ ୬୩ ରନ୍‌ର ଇନିଂସ ଖେଳିଥିବା ବେଳେ ଅନ୍ୟ କୌଣସି ଗୁଜରାଟ ବ୍ୟାଟର ସେମିତି ଆଖି ଦୃଶିଆ ପ୍ରଦର୍ଶନ କରିନଥିଲେ। ଅବଶ୍ୟ ଶେଷ ଓଭର୍‌ରେ ରାହୁଲ ତେୱାତିଆ କିଛି ବଡ଼ ଶଟ ଖେଳିବାରୁ ଗୁଜରାଟ ୧୪୦ ରନ୍‌ ପାର କରିବାକୁ ସକ୍ଷମ ହୋଇଥିଲା।

IPL 2022 GT Vs LSG
Advertisment
Advertisment