• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲ୍‌ର ୫୯ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଡିଫେଣ୍ତିଙ୍ଗ୍‌ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଓ ୫ ଥର ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ତିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି। ପଏଣ୍ଟ ଟେବୁଲରେ ନବମ ଏବଂ ଦଶମ ସ୍ଥାନରେ ଥିବା ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯାଇଥିଲା, ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଟୁର୍ନାମେଣ୍ଟରେ ପ୍ଲେ ଅଫ୍‌ ଦୌଡ ପାଇଁ ସାମାନ୍ୟ ଆଶା ମଧ୍ୟ ସମାପ୍ତ ହୋଇଯାଇଛି ।

ଆଇପିଏଲର ଦୁଇଟି ସଫଳ ଟିମ୍‌ କୁହାଯାଉଥିବା ମୁମ୍ବାଇ ଓ ଚେନ୍ନାଇ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ଦୌଡରୁ ଦୂରେଇ ଯାଇଛନ୍ତି । ପାଞ୍ଚ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ୧୬ ଓଭରରେ ୯୭ ରନ୍‌ରେ ଚେନ୍ନାଇକୁ ଅଲ୍‌ଆଉଟ୍‌ କରିଥିଲା । ଯାହାକି ଚେନ୍ନାଇର ଦ୍ୱିତୀୟ ସର୍ବନିମ୍ନ ସ୍କୋର ଅଟେ । ୨୦୧୩ ରେ ଚେନ୍ନାଇ ସର୍ବନିମ୍ନ ସ୍କୋର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଥିଲା । ୯୮ ରନ୍‌ର ଟାର୍ଗେଟ୍‌ ପିଚ୍ଛା କରି ମୁମ୍ବାଇ ଇଣ୍ଡିଆନ୍ସ ପାୱାରପ୍ଲେରେ ଚାରିଟି ୱିକେଟ୍ ହରାଇଥିଲା, କିନ୍ତୁ ତିଲକ ଭର୍ମା ୩୪ ନଟ୍‌ଆଉଟ୍ ୩୨ ଟି ବଲ୍‌ରେ ଏବଂ ହ୍ରିତିକ୍ ଶୋକେନ୍ ୧୮ ରନ୍‌ ମୁମ୍ବାଇକୁ ଚେନ୍ନାଇ ବିପକ୍ଷରେ ବିଜୟ ଦେଇଥିଲା ।

ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୯୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଚେନ୍ନାଇ ପକ୍ଷରୁ କ୍ୟାପ୍ଟେନ୍‌ ଧୋନି ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ବ୍ରାଭୋ ୧୨ ରନ୍‌ ଓ ଦୁବେ ୧୦ ରନ୍‌ କରିଥିଲେ । ମୁମ୍ବାଇର ଡାନିଏଲ୍‌ ସାମ୍ସ ୩ଟି ୱିକେଟ୍‌ ନେଇଥିବା ବେଳେ କାର୍ତ୍ତିକେୟ ଓ ମେରିଡିଥ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।