Advertisment

ପାଖ ମାଡ଼ିପାରିଲାନି କୋଲାକାତା, ବଡ଼ ବ୍ୟବଧାନରେ ଲକ୍ଷ୍ନୌର ବିଜୟ

ଦଳ ପାଇଁ କେବଳ ରସେଲ ୧୯ଟି ବଲ୍‌ରେ ୪୫ ରନ୍‌ ସଂଗ୍ରହ କରିଥିଲେ।

author-image
Chandan Shishu
LSG vs KKR IPL 2022

LSG vs KKR IPL 2022

ପୁଣେ: କୋଲକାତା ବିପ‍କ୍ଷରେ ଲକ୍ଷ୍ନୌର ବୃହତ୍‌ ବିଜୟ। ଆଇପିଏଲର ଚଳିତ ସିଜିନରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚରେ ଶକ୍ତିଶାଳୀ ଲକ୍ଷ୍ନୌ କୋଲକାତାକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା କୋଲକାତା। 

Advertisment

ହେଲେ ଦଳ ଖାତା ଖୋଲିନଥିଲେବି ପ୍ରଥମ ଓୱିକେଟ୍‌ର ପତନ ଘଟିଥିଲା। ଦଳ ପାଇଁ କେବଳ ରସେଲ ୧୯ଟି ବଲ୍‌ରେ ୪୫ ରନ୍‌ ସଂଗ୍ରହ କରିଥିଲେ। ୮ଜଣ ଖେଳାଳି ନିଜ ରନ୍‌କୁ ଦୁଇ ଅଙ୍କରେ ପହଞ୍ଚାଇବାକୁ ଅସମର୍ଥ ହୋଇଥିଲେ।

ତେବେ ୧୪.୩ ଓଭର ସୁଦ୍ଧା ୧୦୧ ରନ୍‌ କୋଲକାତା ଟିମ୍‌ ଅଲଆଉଟ୍‌ ହୋଇଯାଇଥିଲା।  ୭୫ ରନ୍‌ରେ ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ମ୍ୟାଚ୍‌ ପରାଜୟ ପରେ କୋଲକାତା ତଳଆଡୁ ୩ ନମ୍ବରରେ ରହିଛି।

Advertisment
IPL 2022
Advertisment
Advertisment