Advertisment

ଦୀର୍ଘ ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଜିତିଲା ଥୋମାସ୍ କପ୍

ଥୋମାସ କପରେ ଭାରତକୁ ଐତିହାସିକ ଟାଇଟଲ୍

author-image
Prangyan Parimita
ଅଦ୍ୟତନ ହୋଇଛି
Thomas Cup

Thomas Cup

ବିଶ୍ୱ ବ୍ୟାଡମିଣ୍ଟନରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ଲାଗି ସମ୍ମାନଜନକ ଥୋମାସ କପ୍ ଜିତିଲା ଭାରତୀୟ ଟିମ୍। ଆଜି ବ୍ୟାଙ୍କକ୍‌ରେ ଖେଳାଯାଇଥିବା ଫାଇନାଲରେ ଭାରତ ୧୪ ଥରର ଚାମ୍ପିଅନ୍ ଇଣ୍ଡୋନେସିଆକୁ ୩-୦ରେ ହରାଇ ଟାଇଟଲ୍ ହାସଲ କରିଛି। ଫାଇନାଲରେ ପ୍ରଥମ ସିଙ୍ଗଲ୍ସ ମ୍ୟାଚରେ ଲକ୍ଷ୍ୟ ସେନ୍ ଓ୍ୱାର୍ଲଡ ନମ୍ବର ଫାଇଭ୍ ଆନ୍ଥୋନୀ ଗ୍ରିଟିଂକୁ ହରାଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ।

Advertisment

ଏହାପରେ ଚିରାଗ୍ ଓ ସାତ୍ୱିକସାଇରାଜଙ୍କ ଯୋଡି ଡବଲ୍ସ ମ୍ୟାଚକୁ ଜିତିଲେ। ପରେ ତୃତୀୟ ସିଙ୍ଗଲ୍ସ ମ୍ୟାଚରେ କିଦାମ୍ବି ଶ୍ରୀକାନ୍ତ ଏସିଆନ୍ ଗେମ୍ସ ଗୋଲଡ୍ ମେଡାଲିଷ୍ଟ ଜୋନାଥନ୍ କ୍ରିଷ୍ଟିଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ବିଶ୍ୱ ବ୍ୟାଡ଼ମିଣ୍ଟନର ସର୍ବୋଚ୍ଚ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ଥୋମାସ୍ କପ୍‌ର ୭୩ ବର୍ଷ ଇତିହାସରେ ପ୍ରଥମ ଥର ଭାରତକୁ ଏହି ଟ୍ରଫି ମିଳିଛି।

ଏହା ପୂର୍ବରୁ ଭାରତ  ୩ ଥର ସେମିଫାଇନାଲ ଯାଇଥିଲେ ବି ଟ୍ରଫି ଜିତି ପାରି ନ ଥିଲା। ଭାରତର ଏହି ବିଜୟ ପରେ ଟିମ୍‌କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଥୋମାସ୍ କପ୍ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। 

Advertisment
Thomas Cup India Create Badminton History
Advertisment
Advertisment