• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚଳିତ ଆଇପିଏଲର ୬୧ ତମ ମ୍ୟାଚ୍‌ରେ ଭେଟ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ପୁଣେର ଏମସିଏ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । କୋଲକାତା ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋଲକାତା ଟିମ୍‌ରେ ୨ ଟି ପରିବର୍ତ୍ତନ କରିଛି । ଆହତ ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ଉମେଶ ଯାଦବ ଏବଂ ସେଲଡନ୍ ଜ୍ୟାକସନଙ୍କ ସ୍ଥାନରେ ସାମ୍ ବିଲିଙ୍ଗସ୍ ଖେଳିବେ । ପ୍ଲେ ଅଫ୍‌କୁ ଆଖିରେ ରଖି ଦୁଇ ଟିମ୍‌ ଜୋର୍‌ ଲଗାଇଏ ବୋଲି ଆଶା କରାଯାଉଛି ।

ସନରାଇଜର୍ସ ହାଇଦ୍ରାବାଦ : ଅଭିଷେକ ଶର୍ମା, କେନ୍ ୱିଲିୟମସନ, ରାହୁଲ ତ୍ରିପାଠୀ, ଇଡେନ୍‌ ମାର୍କ୍ରମ୍‌, ନିକୋଲାସ ପୁରାନ, ଶଶାଙ୍କ ସିଂହ, ୱାଶିଂଟନ ସୁନ୍ଦର, ମାର୍କୋ ୟାନସେନ୍, ଭୁବନେଶ୍ୱର କୁମାର, ଟି ନାଟାରାଜନ, ଉମରନ୍ ମଲିକାନ୍

କୋଲକାତା ନାଇଟ୍‌ ରାଇଡର୍ସ : ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ନିତୀଶ ରାଣା, ଶ୍ରେୟାସ ଆୟର, ସାମ ବିଲିଙ୍ଗ୍ସ, ରିଙ୍କୁ ସିଂହ, ଆଣ୍ଡ୍ରେ ରସଲ, ସୁନୀଲ ନାରିନ, ଉମେଶ ଯାଦବ, ଟିମ୍‌ ସାଉଦୀ, ବରୁଣ ଚକ୍ରବର୍ତ୍ତୀ