ଷ୍ଟାର ସ୍ପୋର୍ଟସ କ୍ୟାପଟେନ୍ କୁଲଙ୍କୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହା ଏକ ପ୍ରୋମୋ ଭିଡିଓ । ଏହାକୁ ଆଇପିଏଲର ପ୍ରୋମୋ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ଧୋନୀଙ୍କ ଲୁକ୍ ସମସ୍ତଙ୍କୁ ମତୁଆଲା କରୁଛି । ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ୍ ମଧ୍ୟ କରିଛନ୍ତି ।
ୟୁରୋପ ଲିଗର ଦ୍ୱିତୀୟ ଲିଗ୍ରେ ଏକ ମୁକାବିଲାରେ ୟୁକ୍ରେନ୍ ମିଡଫିଲ୍ଡର୍ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍ ମାରିଥିଲେ । ଗୋଲ ମାରିବା ପରେ ମାଲିନୋଭସ୍କି ନିଜ ଟି-ସାର୍ଟରେ ‘ନୋ ୱାର୍ ଇନ୍ ୟୁକ୍ରେନ୍’ ଦେଖାଇଥିଲେ ।
ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ।
କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।
ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।
ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।
ଶ୍ରେୟସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରୁଥିବା ବେଳେ ଦିଲ୍ଲୀ ଟିମ୍କୁ ୨୦୨୦ ରେ ଫାଇନାଲ ପର୍ଯ୍ୟନ୍ତ ନେଇଥିବାର୍ ଦେଖ୍ଇବାକୁ ମିଳିଥିଲା । କିନ୍ତୁ ଏହି ମେଗା ଅକ୍ସନରେ ଦିଲ୍ଲୀ ପକ୍ଷରୁ ଶ୍ରେୟସଙ୍କୁ ନିଜ ଟିମ୍ରେ ସାମିଲ କରିବା ନେଇ ଆଗ୍ରହ ଦେଖିବାକୁ ମିଳିନଥିଲା ।
ରୋହିତ ଶର୍ମା ଟିମ୍ ଇଣ୍ତିଆର କ୍ୟାପ୍ଟେନସିପ୍ ଭାର ନେବା ପରେ ଦଳରେ ଜିତିବାର ଜୋସ୍ ଦେଖିବାକୁ ମିଳିଛି । ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରୋହିତ୍ ମ୍ୟାଚ୍ ମଧ୍ୟରେ ଟିମ୍ ମେମ୍ବରଙ୍କ ସହ ଠଟ୍ଟା ମଜା କରୁଥିବାର ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା ।
ଆସନ୍ତାକାଲି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ
ସୁରେଶ ରୈନାଙ୍କ ଆଇପିଏଲ କ୍ୟାରିୟରେ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ରନ ସଂଗ୍ରହ ଆଭରେଜ୍ ରହିଛି ୩୨. ୫୧ ପ୍ରତିଶତ ।
ଦୁଇ ଦିନର ଆଇପିଏଲ୍ ନିଲାମୀରେ ମୋଟ ୨୦୪ ଖେଳାଳିଙ୍କୁ ୫୫୧ କୋଟି ୭୦ ଲକ୍ଷ ଟଙ୍କାରେ କିଣିଛନ୍ତି ଆଇପିଏଲର ୧୦ଟି ଟିମ୍ । ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଓ୍ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ । ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି
ଆଇପିଏଲ୍ରେ ଏବେ ଯୁବ କ୍ରିକେଟର୍ଙ୍କ ଭୂମିକା ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ହେଉଛନ୍ତି ବିକ୍ରି। ଓଡିଆ କ୍ରିକେଟରମାନେ ମଧ୍ୟ ପଛରେ ପଡି ନାହାନ୍ତି।
୨୦୧୬ରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।
ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ। ଇଂଲିଶ ଅଲ୍ରାଉଣ୍ଡର ଲିଭିଂଷ୍ଟୋନ୍ଙଙ୍କୁ ସାଢେ ୧୧ କୋଟିରେ ନେଲା ପଞ୍ଜାବ କିଙ୍ଗ୍ସ । ରାହାଣେକୁ ୧କୋଟିରେ କିଣିଲା କେକେଆର୍ । ସେପଟେ ବିକ୍ରି ହେଲେନି ପୂଜାରା ଓ ମୋର୍ଗାନ, ଫିଞ୍ଚ ।
ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।
ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।
ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍ଙ୍କ ନିଲାମି ଉପରେ ସବୁ ଟିମ୍ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।
ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।
ଦୁନିଆର ସବୁଠାରୁ ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍ ଆଜି ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି।
ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ୍ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୩-୦ ରେ କ୍ଲିନ୍ ସ୍ୱିପ୍ କରିନେଇଛି ।
ହଜାରେ ତମ ଦିନିକିଆରେ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ବିଜୟୀ ହେବା ସହ ଦିନିକିଆ ଇତିହାସରେ ରେକର୍ଡ କରିଛି । ମ୍ୟାଚ୍ ଜିତିବା ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି ।
ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିବା କ୍ୟାପ୍ଟେନ୍ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି । ତେବେ ଆଜି ମ୍ୟାଚ୍ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ।
କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।